ବିଷପାନ କରି ଯୁବକଙ୍କ ଆତ୍ମହତ୍ୟା

0
279

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ସାମାନ୍ୟ କଳହରୁ ବିଷପାନ କରି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଯୁବକ ଜଣଙ୍କ ହେଲେ ଗାଙ୍ଗପୁର ଥାନା ନାଟଙ୍ଗା ଗ୍ରାମର ଅଭିମନ୍ୟୁ ବିଶ୍ବାଳଙ୍କ ପୁଅ ବୁଲୁ ବିଶ୍ୱାଳ 36 ,ବୁଲୁ ଗୁଜୁରାଟର ସୁରାଟ ରେ ସୂତା କଳରେ ଦାଦନ ଭାବେ ରହି କାମ କରୁଥିଲା । ଲକ ଡାଉନ ପୂର୍ବରୁ ବୁଲୁ ଗ୍ରାମକୁ ଆସିଥିଲା ହେଲେ କମ୍ପାନୀ ବନ୍ଧ ହୋଇଯିବାରୁ ଆଉ ସୁରାଟ ନ ଯାଇ ଗ୍ରାମରେ ପରିବା ଚାଷ କରୁଥିଲା ।ହେଲେ ପୂର୍ବରୁ କରିଥିବା କରଜ ଆଉ ସୁଜି ପାରିନଥିଲା । ଫଳରେ ଏହାକୁ ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବେଳେ ବେଳେ କଥା କଟା କାଟି ହେଉଥିଲା । ଆଜି ସକାଳ 10 ଘଣ୍ଟା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ରାଗରେ ବୁଲୁ ବିନ୍ସି ରେ ପକାଇବାକୁ ରଖିଥିବା କୀଟନାଶକ ପାନ କରିଦେଇଥିଲା ।କିଛି ସମୟପରେ ବାନ୍ତି ହେବାରୁ ସ୍ତାନୀୟ ଲୋକେ ବୁଲୁକୁ ଭଞ୍ଜନଗର ମେଡିକାଲକୁ ନେଇଥିଲେ ସେଠାରେ ଚିକିଛା ଚାଲିଥିବା ସମୟରେ ସନ୍ଧ୍ୟାରେ ବୁଲୁର ମୃତୁ ଘଟିଥିଲା । ଖବର ପାଇ ଗାଙ୍ଗପୁର ପୋଲିସ ଭଞ୍ଜନଗର ମେଡିକାଲ ରେ ପହଞ୍ଚି ଏକ ଅପମୃତ ମାମଲା ରୁଜୁ କରିବା ସହ ଶବ ବେବଛେଦ ପରେ ତାର ପରିବାରକୁ ହସ୍ତାନ୍ତର କରିଥିଲେ । ନିଜ ଗ୍ରାମରେ ଶବ ପହଂଚିବା ପରେ ଏକ ଵୋକାକୁଳ ପରିବେଶରେ ଗାଁ ସ୍ୱସାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ବୁଲୁର 13 ବର୍ଷ ର ଏକ ଝିଅ ଥିବାବେଳେ 7 ବର୍ଷର ଏକ ପୁଅ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here