ସାପ କାମୁଡ଼ାରେ ବୃଦ୍ଧାଙ୍କ ମୃତ୍ୟୁ

0
338

ବେଗୁନିଆପଡା:କୋଦଳା ଥାନା ଅନ୍ତର୍ଗତ ତାଳସର ଗ୍ରାମର ସୁଷମା ସାମନ୍ତରାୟ(୭୬) ନାମକ ଜଣେ ବୃଦ୍ଧା ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ସୁଷମା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ସ୍ଥିତ ନିଜ ଝିଅ ଘରକୁ ଯାଇଥିଲେ।ସେଠାରେ ଚାଉଳ ବସ୍ତାରୁ ଚାଉଳ ବାହାର କରୁଥିବା ବେଳେ ବିଷାକ୍ତ ସାପ କାମୁଡିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ମେଡିକାଲକୁ ନିଆଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛି। ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here