ହାଣ୍ଡି ମାଠିଆ ରଖି ମୁଖ୍ୟ ରାସ୍ତା ଅବରୋଧ କଲେ ମହିଳା

0
276

ଆସିକା : ପାଣି ସମସ୍ୟା କୁ ନେଇ ତାତିଲେ ଗ୍ରାମବାସୀ l ହାଣ୍ଡି ମାଠିଆ ରଖି ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ l ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜି .ଢ଼ଉଗାଁ ଗ୍ରାମରେ ବହୁଦିନ ରୁ ଲାଗିରହିଥିବା ପାଣି ସମସ୍ୟାର ସମାଧାନ ନହେବାରୁ ଶେଷରେ ଗ୍ରାମର ମହିଳା ମାନେ ଢ଼ଉଗାଁ ଛକ ଠାରେ ହାଣ୍ଡି ମାଠିଆ ରଖି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି l ପାଣି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟ ହୋଇ ଗ୍ରାମର ମହିଳା ମାନେ ରାସ୍ତା ଅବରୋଧ କହିଛନ୍ତି l ଯାହାରୀ ଫଳରେ ଆସିକା ଠାରୁ ସୋରଡ଼ା, ଦିଗପହଣ୍ଡି, ଶେରଗଡ଼ କୁ ଯାତାୟତ ସମ୍ପୂର୍ଣ୍ଣ ରୁପେ ବାଧାପ୍ରାପ୍ତ ହୋଇଥିବା ବେଳେ ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥବା ଦେଖିବାକୁ ମିଳିଛି l ଅନ୍ୟପଟେ ଧରାକୋଟ ତହସିଲଦାର ଓ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିବା ସହିତ ଗ୍ରାମବାସୀ ଙ୍କୁ ପ୍ରତିଶୃତି ପରେ ରାସ୍ତା ରୋକ ହଟିଥିଲା l

ରିପୋର୍ଟ :ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here