୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

0
301

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥିଙ୍କ ନିର୍ଦ୍ଦେଶ କ୍ରମେ ଆର. ଉଦୟଗିରି ଥାନା ପୋଲିସର ପେଟ୍ରୋଲିଂ ବେଳେ ପତେଇଗୁଡା ଓ ଅନୁଗୁରୁ ଗ୍ରାମ ମଧ୍ୟରେ ଥିବା ଘଞ୍ଚ ଜଙ୍ଗଲରୁ ୯କ୍ବି ଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚାଲାଣ ଅଭିଯୋଗ ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ ତିନି ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବିହାର ରାଜ୍ୟର ରୋହତାସ ଜିଲ୍ଲା ବିକ୍ରମଗଞ୍ଜ ଥାନା ଅନ୍ତର୍ଗତ ଧନୀଗାଁଓର ସୋନୁ ପାଶ୍ବାନ ଗଜପତିରୁ ବିହାର ରାଜ୍ୟକୁ ଚାଲାଣ କରିବା ଉଦ୍ଦେଶ୍ୟରେ ୨୪ଟି ଗଞ୍ଜେଇ ବାସ୍ତା ରାସ୍ତା ପାର୍ଶ୍ଵରେ ରଖାଯାଇଥିଲା। ଖବର ପାଇ ପୋଲିସ ଅତର୍କିତ ଚଢାଉ କରି ଉକ୍ତ ଗଞ୍ଜେଇକୁ ଜବତ କରିବା ବେଳେ ତିନି ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ଜଣକୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ । ଜବତ ଗଞ୍ଜେଇକୁ ଓଜନ କରିବାରୁ ୯ କ୍ବିଣ୍ଟାଲ ୭୮କେଜି ୯୦୦ଗ୍ରାମ ରହିଥିବା ଜଣାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୫୦ଲକ୍ଷରୁ ଉର୍ଦ୍ଧ୍ବ ହେବ l ଜିଲ୍ଲାରେ ଗଞ୍ଜେଇ ଧରା ଅଭିଯାନକୁ ଜୋରଦାର କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସ୍. ପି ଜୟରାମ ଶତପଥି ।

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here