ଓଡିଶା ମୋ ପରିବାର ଆନୁକୂଲ୍ୟରେ ଚକ୍ଷୁ ଦାନ କଲେ ଦିନ ମଜୁରିଆ କୁମାରୀ ଜେନା

0
246

ବ୍ରହ୍ମପୁର:ଗତକାଲି ଭୁବନେଶ୍ୱର ଠାରେ ଗଂଜାମ ଜିଲ୍ଲା ଉସ୍ତା ଜଗନ୍ନାଥପୁର ଗ୍ରାମର ରବି ଜେନାଙ୍କ ସହଧର୍ମିଣୀ କୁମାରୀ ଜେନା ଦୈନିକ ଶ୍ରମ ରତ ଅବସ୍ଥାରେ ହଟାତ ପେଟରେ ଯନ୍ତ୍ରଣା ପାଇ କ୍ୟାପିଟାଲ ହସ୍ପିଟାଲ ଯିବା ରାସ୍ତାରେ ମୃତୁ ବରଣ କରିଛନ୍ତି । ମୃତ ଶ୍ରୀମତୀ ଜେନା ଓ ତାଙ୍କ ସ୍ୱାମୀ ଅତ୍ୟନ୍ତ ଗରିବ ପରିବାରର ହୋଇଥିଲେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ସ୍ୱତନ୍ତ୍ର ଅଙ୍ଗ ଦାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଓଡିଶା ମୋ ପରିବାର ଆନୁକୂଲ୍ୟରେ ମୃତ ଶ୍ରୀ କୁମାରୀ ଜେନା ଙ୍କ ଚକ୍ଷୁ ଦାନ କରିଛନ୍ତି । ଓଡିଶା ମୋ ପରିବାର ଆନୁକୂଲ୍ୟ ରେ ଶ୍ରୀମତୀ ଜେନାଙ୍କ ମୃତ ଶରୀରକୁ ନିଜ ଭୀଟା ମାଟିକୁ ଆଣିବା ପାଇଁ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ସହଯୋଗରେ ବିଜେଡି ଗଂଜାମ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁଙ୍କ ସଂଯୋଜନା ଦ୍ୱାରା ମୃତ ଶରୀର ସାନଖେମୁଣ୍ଡି ଅଂଚଳର ଉସ୍ତା ଜଗନ୍ନାଥପୁର ଗ୍ରାମ ରେ ପହଁଚି ପାରିଛି । ଅନ୍ୟ ଏକ ମହତ କାର୍ଯ୍ୟ ସ୍ୱରୂପ ପରିବାରର ମୁଖ୍ୟ ଶ୍ରୀ ରବି ଜେନାଙ୍କ ସନ୍ମତି କ୍ରମେ ଓଡିଶା ମୋ ପରିବାର ସଚେତନତାରେ ନିଜର ଦୁଇ ଚକ୍ଷୁକୁ ଦାନ କରି ମହନୀୟତା ପ୍ରଦର୍ଶନ କରିଛନ୍ତି । ଭୁବନେଶ୍ୱର ଠାରେ ଓଡିଶା ମୋ ପରିବାର ତରଫରୁ ରୁଦ୍ର ସାମନ୍ତରାୟ,ରାମକୃଷ୍ଣ ପାଢ଼ୀ,କେଦାର ସ୍ୱାଇଁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିବା ବେଳେ ଉସ୍ତା ଜଗନ୍ନାଥପୁର ଗ୍ରାମ ଠାରେ ଜୀବନ ବିନ୍ଦୁର ସଂଯୋଜକ ଶ୍ରୀ ସୁବାଷ ମହାରଣା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ ବ୍ଲକ ଅଧକ୍ଷ ସିମାଞ୍ଚଳ ପାତ୍ର,ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ,ବିଜୟ ପ୍ରଧାନ,ଶଙ୍କରଶଣ ସ୍ୱାଇଁ,ରାଜୀବ ପାତ୍ର,ସମସ୍ତ ସରପଞ୍ଚ,ସମିତି ସଭ୍ୟ ପ୍ରମୁଖ ନେତୃ ମଣ୍ଡଳୀ ଉପସ୍ଥିତ ରହି ଆମର ଆତ୍ମାର ସଦଗତି କାମନା କରିବା ସଂଗେ ସଂଗେ ମୃତ ଶରୀର ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ଥାନୀୟ ସରପଂଚ ଶ୍ରୀ ଡି.ରାକେଶ ପIତ୍ର ଏବଂ ସମିତି ସଭ୍ୟ ଶ୍ରୀ ନିଳାଞ୍ଚଳ ପ୍ରଧାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଓଡିଶା ମୋ ପରିବାର ସଙ୍ଗଠନକୁ ଧନ୍ୟବାଦ ଜଣାଇବା ସଂଗେ ସଂଗେ ଜଣେ ଅତ୍ୟନ୍ତ ଗରିବ ପରିବାରର ସଦସ୍ୟ ମୃତ କୁମାରୀ ନିଜର ଚକ୍ଷୁ ଦାନ କରି ଯେଉଁ ମହନୀୟତା ପ୍ରଦର୍ଶନ କରିଛନ୍ତି,ତାହା ଆଜି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।ସହଯୋଗ ସ୍ୱରୂପ ତାଙ୍କ ଗରିବ ପରିବାରକୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here