ଖରିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

0
286

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ଖରିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେପ୍ଟେମ୍ବର ୧୩ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୋଷାକ ଓ ଜୋତା ବଣ୍ଟନ ମେଳାରେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ଏସଏମସି ସଭାପତି ଅମୂଲ୍ୟ ବିଷୋୟୀ, ଅରଖପୁର ପଞ୍ଚାୟତ ସରପଞ୍ଚ ମିନତୀ ମଳିକ, ସମିତି ସଭ୍ୟା ଶାନ୍ତିଲତା ପାତ୍ର, ସିଆରସିସି ତ୍ରିନାଥ ମହାରଣା ଓ ଆଶୁତୋଷ ମିଶ୍ର, ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ଜେନା, ଖରିଡା ହାଇ ସ୍କୁଲ ପ୍ରଧାନ ଶିକ୍ଷକ ବସନ୍ତ ଦାସ, ଗ୍ରାମ୍ୟ କମିଟି ସଭାପତି ଅଭିରାମ ସାହୁ ଓ ସମ୍ପାଦକ ଭାସ୍କର ସାହୁ ଅତିଥିଭାବେ ଯୋଗଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ସହକାରୀ ଶିକ୍ଷକ ଶରତ ଚନ୍ଦ୍ର ଜେନା, ଭାଗିରଥି ନାୟକ, ଅନନ୍ତ ନାରାୟଣ ପ୍ରଧାନ ଓ ଶିକ୍ଷୟିତ୍ରୀ ବୈଜୟନ୍ତି ମାଳା ପ୍ରଧାନ ପୋଷାକ ବଣ୍ଟନ ମେଳାରେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here