କେନ୍ଦ୍ରୀୟ ସହାୟତାରୁ ବଞ୍ଚିତ ରାସ୍ତାକଡ଼ର ଉଠାଦୋକାନୀ

0
314

ସୋରଡ଼ା(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କରୋନା ଭଳି ମାରାତ୍ମକ ଭୂତାଣୁ ଜନିତ ରୋଗ ମହାମାରୀ ରୂପ ନେଇ ସାରା ବିଶ୍ୱ ରେ ନିଜ ର କାୟା ବିସ୍ତାର କରିଥିବାରୁ ପ୍ରତିଦିନ ଶହ ଶହ ଲୋକ ଏହି ରୋଗ ଯୋଗୁଁ ମୃତ୍ୟୁ ମୁଖ ରେ ପଡୁଛନ୍ତି l ସେଥିପାଇଁ ଲୋକଙ୍କ ସୁରକ୍ଷାଦୃଷ୍ଟି ରୁ ସରକାର ଲକଡାଉନ୍ କରିଛନ୍ତି l ଯାହାଫଳରେ ଲୋକେମାନେ ନିଜ ନିଜର ଜୀବିକା ହରାଇବସିଛନ୍ତି l ସେହି ଲୋକଙ୍କ ଭିତରେ ରାସ୍ତାକଡ଼ ର ଉଠାଦୋକାନୀ ଙ୍କର ଦୁଃଖ କହିଲେ ନସରେ, ସେମାନେ ପ୍ରତିଦିନ ଯାହା ରୋଜଗାର କରୁଥିଲେ ସେତକ ରେ ପରିବାର ପ୍ରତିପୋଷଣ କରୁଥିଲେ l ଏହି ପରି ଦୁଃଖଦ ସମୟରେ ସରକାର ଙ୍କର ତରଫରୁ ଉଠା ଦୋକାନୀ ଙ୍କ ପାଇଁ 3000 ଟଙ୍କା ର ସହାୟତା ରାଶି ଘୋଷଣା କରଯାଇଛି l କିନ୍ତୁ ଗଞ୍ଜାମ ଜିଲ୍ଲା ର ସୋରଡ଼ା ସହର ର 120 ଜଣ ଉଠାଦୋକାନୀ ଏହି ସହାୟତା ପାଇଥିବା ବେଳେ ସୋରଡ଼ା ଏନ୍ ଏ ସି ଅଧିକାରୀ ଙ୍କ ଅବହେଳା ଯୋଗୁଁ ଅନ୍ୟାନ୍ୟ ପ୍ରାୟ 26 ଜଣ ଏହି ସହାୟତା ରୁ ବଞ୍ଚିତ ରହିଥିବା ସୋରଡ଼ା ବିଜେପି ଅଭିଯୋଗ କରିଛନ୍ତି l ଏହାର ପ୍ରତିବାଦ ରେ ସୋରଡ଼ା ବିଜେପି ବରିଷ୍ଠ ନେତା ଭଗବାନ ପଣ୍ଡା ଏବଂ କିଛି ବିଜେପି କର୍ମ କର୍ତ୍ତା ମିଶି ଗଞ୍ଜାମ ଜିଲ୍ଲାପାଳ, ଏସ ପି, ସୋରଡ଼ା ତହସିଲଦାର, ଆଇ ଆଇ ସି ଙ୍କୁ ଏକ ଦାବି ପତ୍ର ଦେଇଛନ୍ତି l ସରକାରୀ ସହାୟତା ରୁ ବଞ୍ଚିତ ଥିବା ଉଠାଦୋକାନୀ ମାନେ ଯଦି ଆସନ୍ତା 7 ଦିନ ଭିତରେ ଏହି ସହାୟତା ରାଶି ନ ପାଇଲେ, ସେମାନେ ସମସ୍ତେ ନିୟମ ମାନି ଆନ୍ଦୋଳନ କରିବା ପାଇଁ ରାଜରାସ୍ତା କୁ ଓଲ୍ହାଇବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here