ବେଗୁନିଆପଡା ରେ ସିଂ ବାବୁ ଙ୍କ ବାଡ଼ି ପଟେ ଫୁଟିଛି ଦୁର୍ଲଭ ବ୍ରହ୍ମକମଳ ପୁଷ୍ପ

0
431

ବେଗୁନିଆପଡା: ବ୍ରହ୍ମକମଳ ଏକ ଦୁର୍ଲଭ ପୁଷ୍ପ ଅଟେ ।ଏହି ପୁଷ୍ପ ସୃଷ୍ଟିକର୍ତ୍ତା ବ୍ରହ୍ମା ଙ୍କର ଅତି ପ୍ରିୟ ବୋଲି ମଧ୍ଯ କଥା ଅଛି । ଏହି ପୁଷ୍ପ ସମସ୍ତ ଅଭିଳାଷ ପୂରଣ କରିଥାଏ ବୋଲି ମଧ୍ଯ ବିଶ୍ବାସ ରହିଛି । ଏହା କେବଳ ଶରତ ଋତୁରେ ଏବଂ ରାତିରେ ହିଁ ଫୁଟୁ ଥାଏ ବୋଲି ଶୁଣିବାକୁ ମିଳୁଛି । ଏହା ଅତ୍ୟନ୍ତ ଦୁର୍ଲଭ ବୋଲି ମଧ୍ଯ କେହି କେହି କହନ୍ତି । ବର୍ତ୍ତମାନ ଏହା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ର ବାଲିସାହି ରେ ରହୁଥିବା ରାଧାକାନ୍ତ ଜୟସିଂ ଙ୍କ ବାଡ଼ି ପଟେ । ସିଂ ବାବୁ ବେଗୁନିଆପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଅବସରପ୍ରାପ୍ତ କର୍ମଚାରୀ ଅଟନ୍ତି। ଏଥିସହିତ ସେ ଜଣେ ମିଷ୍ଟଭାସି ଓ ପରୋପକାରୀ ବ୍ୟକ୍ତି ଅଟନ୍ତି । ସେ ଏହି ପୁଷ୍ପ ବୃକ୍ଷ ଟି ରାୟଗଡା ରୁ ଆଣି ନିଜ ବାଡି ପଟେ ଲଗାଇଥିଲେ । ଲଗାଇବାର ପାଞ୍ଚ ବର୍ଷ ପରେ ଏହି ପୁଷ୍ପ ଫୁଟିଛି । ଏହି ପୁଷ୍ପ ଦେଖି ସିଂ ପରିବାର ଖୁସି ବ୍ୟକ୍ତ ପ୍ରକାଶ କରିଛନ୍ତି । ଏହାକୁ ଦେଖିବାକୁ ମଧ୍ଯ ବହୁ ଲୋକ ଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here