ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନ ତଥା ରୂପାନ୍ତରିତ ହୋଇଥିବ ଉଚ୍ଚ ବିଦ୍ୟାଳୟର ଶୁଭାରମ୍ଭ ଇଦ୍ୟାଦି ପରିପେକ୍ଷିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
398

ଡାବୁଗାଁ( ନ୍ୟୁଜ୍ ଏକ୍ସଟ୍ରା)-ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ୱନ୍ଧୀୟ ସ୍ମାର୍ଟ କାର୍ଡ ବଣ୍ଟନ ନିମିତ୍ତ ପ୍ରସ୍ତୁତି ବୈଠକ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଅଶୋକ ମେହେଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବା ସହିତ ବିଜୁ ସ୍ୱାସ୍ଥ କଲ୍ୟାଣ ଯୋଜନା ର ସ୍ମାର୍ଟ ସ୍ୱାସ୍ଥ କାର୍ଡ ଜିଲ୍ଲାର ସମ୍ପୃକ୍ତ ହିତାଧିକାରୀ ମାନଙ୍କୁ କିଭଳି ସୁଚାରୁ ରୂପେ ବଣ୍ଟନ କରାଯାଇପାରିବ ଆଲୋଚନା କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାରେ କାର୍ଡ ର ସୁବଣ୍ଟନ ସମୟରେ ଜିଲ୍ଲା ଠାରୁ ଗ୍ରାମ ସ୍ତର ପର୍ଯ୍ୟନ୍ତ କେଉଁ ଅଧିକାରୀ ଙ୍କ କେଉଁ ଦାଇତ୍ୱ ରହିବ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ୩,୧୮,୬୧୭ ବିଜୁ ସ୍ୱାସ୍ଥ କାର୍ଡ ହିତାଧିକାରୀ ମାନଙ୍କ ମଧ୍ୟରେ ଅକ୍ଟୋବର ମାସ ଶେଷ ସୁଦ୍ଧା ବଣ୍ଟନ କରିବା ପାଇଁ ସ୍ଥିର କରାଯାଇଅଛି।
12 ଗୋଟି ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତିକରଣ ସମ୍ୱନ୍ଧୀୟ ସମସ୍ତ ତଥ୍ୟ ସମ୍ପୃକ୍ତ ବିଦ୍ୟାଳୟ ରେ ଜନସାଧାରଣ ଙ୍କ ଅବଗତି ନିମନ୍ତେ ସୂଚନା ଫଳକ ରେ ପ୍ରଦର୍ଶିତ, ବିଦ୍ୟାଳୟ ମାନଂକରେ ସ୍ୱଚ୍ଛ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ଲାଣ୍ଟ ର ବ୍ୟବସ୍ଥା, ସ୍ମାର୍ଟ interactive ବୋର୍ଡ ଏବଂ ଛାତ୍ରମାନେ ନିଜେ ଏହାର ବ୍ୟବହାର, ବିଦ୍ୟାଳୟ ମାନଙ୍କରେ ଔଷଧୀୟ ବଗିଚା ଏବଂ ବର୍ଷା ଜଳ ଅମଳ ପ୍ରକଳ୍ପ (rain water harvesting structure), ଖାତ ଗାତ (compost pit) ଇତ୍ଯାଦି ଏହି ରୂପାନ୍ତରିତ ସ୍କୁଲ ଗୁଡିକର best practice ହିସାବରେ ନିଆଯାଇଛି ବୋଲି ଜିଲ୍ଲାପାଳ ଡଃ ମିଶ୍ର ସୂଚନା ଦେଇଥିଲେ।
ସେହିଭଳି, ନବରଙ୍ଗପୁର ର ଉପ ଡାକ ମଣ୍ଡଳ ର ନିରୀକ୍ଷକ ରାଜିବେନ୍ଦ୍ର ପଣ୍ଡା ବୈଠକରେ ଯୋଗ ଦେଇ ଭାରତ ସରକାରଙ୍କ ସୁକନ୍ୟା ଯୋଜନା ସମ୍ପର୍କରେ ଉପସ୍ଥିତ ଅଧିକାରୀ ଙ୍କୁ ଅବଗତ କରାଇବା ସହ ଏହି ଜିଲ୍ଲାର ସୁନ ବୟସ ରୁ ଦଶ ବର୍ଷ ମଧ୍ୟରେ ଥିବା ସମସ୍ତ ଶିଶୁକନ୍ୟା ଙ୍କୁ ଏହି ଯୋଜନାରେ ସାମିଲ କରାଇବା ପାଇଁ ଜିଲ୍ଲା ପ୍ରଶାସନ ର ସହଯୋଗ କାମନା କରିଥିଲେ। ଏହି ଯୋଜନା ର ସୁଫଳ ରୂପାୟନ ପାଇଁ ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ବର୍ଣ୍ଣାଲତା ବିଶ୍ୱାସ ଙ୍କୁ ନିର୍ଦେଶ ଦେବା ସହିତ ସମସ୍ତ ଅଙ୍ଗନବାଡ଼ି ଆଶା କର୍ମୀ ସ୍ତରରେ ଏହାର ବହୁଳ ପ୍ରଚାର ପ୍ରସାର କରିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରକାଶ ଥାଉକି, ଇଛୁକ ପିତା ମାତା ସମ୍ପୃକ୍ତ ଡାକ ଘର ରେ ସଞ୍ଚୟ ଖାତା ଖୋଲି ଏହି ଯୋଜନା ର ସବିଶେଷ ତଥ୍ୟ ପାଇପାରିବେ।

ଏହି ବୈଠକରେ ନୋଡାଲ ଅଧିକାରୀ, ପିଡି ଡିଆରଡିଏ , ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ, ଭାସ୍କର ରଇତ, ଉପ ଜିଲ୍ଲାପାଳ, ଅଗ୍ରୱାଲ ଅକ୍ଷୟ ସୁନିଲ, ସମନ୍ୱିତ ଆଦିବାସି ଉନ୍ନୟନ ପ୍ରକଳ୍ପ ପ୍ରଶାସକ, ଅଭୀମନ୍ୟୁ ମାଝୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ମୌସୁମୀ ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ଶ୍ରମ ଅଧିକାରୀ, କୁବେର ବେହେରା, ଉପ ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ, ଓଡ଼ିଶା ଗ୍ରାମୀଣ ଉନ୍ନତି ଓ ବିପଅଣ ସଂସ୍ଥା, ଉମା ମହେଶ, ଜିଲ୍ଲା ନିୟୋଜନ ଅଧିକାରୀ, ତତ୍ତ୍ୱମସି ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ, ଅଧିକ୍ଷକ ଯନ୍ତ୍ରୀ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଚୌଧୁରୀ ଶୋଭାରାଣୀ ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସ୍ବର୍ଣ୍ଣଲତା ବିଶ୍ୱାସ, ଜିଲ୍ଲା ଶିକ୍ଷା ଅଧିକାରୀ, ଚନ୍ଦ୍ରଶେଖର ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ, ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ବିଭାଗ,ସୁଦାମ ଚରଣ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ, ଜେନେରାଲ ମ୍ୟାନଜେର, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ସନ୍ତୋଷ କୁମାର ଦାସ, ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here