ବିଜୁ ଜନତା ଦଳର ମିଶ୍ରଣ ପର୍ବ : ଦୁର୍ବଳ ହେଉଛି ବିଜେପି

0
235

ପୋଲସରା : ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ଅନ୍ତର୍ଗତ ଘୋଡାପଲାଣ ଗ୍ରାମ ପଞ୍ଚାୟତର କରାତଳି ଗ୍ରାମରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ ମିଶ୍ରଣ ପର୍ବ ଅକ୍ଟୋବର ୦୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବିଜେପି ଦୁର୍ବଳ ହେଉଛି, କାରଣ ଦୁଇ ଥର ବିଧାୟକ ହୋଇଥିବା ବରିଷ୍ଠ ବିଜେପି ନେତା ନିରଞ୍ଜନ ପ୍ରଧାନଙ୍କ ଦୃଢ଼ ସମର୍ଥକ ତଥା ତାଙ୍କ ନିଜ ପଞ୍ଚାୟତର କାଳୀ ଚରଣ ବେହେରାଙ୍କ ନେତୃତ୍ୱରେ ନାଏବ ସରପଞ୍ଚ ରୀନା ବେହେରାଙ୍କ ସମେତ ବହୁ ବିଜେପି ନେତା ଓ ସମର୍ଥକ ପାର୍ଟି ତ୍ୟାଗ କରି ବିଜେଡିର ସାମିଲ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ତାର ରଣ କୌଶଳ ଆରମ୍ଭ କରି ଦଳକୁ ସୁଦୃଢ କରିବାରେ ଜୋରଦାର ପ୍ରସ୍ତୁତି ଜାରି ରଖିଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଘୋଡାପଲାଣ ପଞ୍ଚାୟତର ବହୁ ପରିବାର ବିଜେପି ଛାଡି ସ୍ବେଚ୍ଛାକୃତ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । କାଳୀ ଚରଣ ବେହେରା, ଘୋଡାପଲାଣ ନାଏବ ସରପଞ୍ଚ ରୀନା ବେହେରା, ପଞ୍ଚାନନ ବେହେରା, ନିରଞ୍ଜନ ଭୂୟାଁ, ଅଶୋକ ଭୂୟାଁ, କାହ୍ନୁଚରଣ ନାୟକ, କୁମାର ବେହେରା, ଚରଣ ଭୂୟାଁ, ମୁନ୍ନା ସାହୁ ସମେତ ୫୦ରୁ ଉର୍ଦ୍ଧ୍ବ ପରିବାର ନବୀନ ପଟ୍ଟନାୟକଙ୍କ ନିତି ଆଦର୍ଶ ଓ ସ୍ଥାନୀୟ ବିଧାୟକଙ୍କ କାର୍ଯ୍ୟ ଦକ୍ଷତା ଓ ଲୋକ ସମ୍ପର୍କ ରେ ଅନୁପ୍ରାଣିତ ହୋଇ ବିଜେପି ତ୍ୟାଗକରି ବିଜେଡିରେ ଯୋଗଦାନ କରିଥିବା ପ୍ରକାଶ କରିଛନ୍ତି । ନୂତନ ଭାବ ବିଜେଡ଼ି ଦଳରେ ମିଶିଥିବା ସମସ୍ତଙ୍କୁ ବିଧାୟକ ଶ୍ରୀ ସାହୁ ଫୁଲମାଳ ଓ ଉତ୍ତରୀୟ ଦେଇ ସମ୍ମାନର ସହ ବିଜେଡି ଦଳକୁ ସ୍ୱାଗତ କରିଥିଲେ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣକୌଶଳ ପ୍ରସ୍ତୁତ କରିବାକୁ ନେଇ ପ୍ରକାଶ କରିଥିଲେ। ବିଜେଡ଼ି ର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନ, ସମ୍ପାଦକ ଅଶୋକ କୁମାର ବିଷୋୟୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ପ୍ରଶାନ୍ତ କୁମାର ଦାଶ, ଜଗନ୍ନାଥ ବାଢେଇ, ବ୍ଲକ ବିଜେଡି କୋଷାଧ୍ୟକ୍ଷ ବସନ୍ତ କରଣ, ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ବେହେରା, ସୁକାନ୍ତ ଭୂୟାଁ, ପବିତ୍ର ରାଉତ,ସମିତିସଭ୍ୟାଙ୍କ ପ୍ରତିନିଧି ଘନଶ୍ୟାମ ଦାଶ,ପ୍ରଶାନ୍ତ ଦାସ, ସନ୍ତୋଷ କୁମାର ବେହେରା, ଭଗବାନ ପ୍ରଧାନ, ସନ୍ଦୀପ ପ୍ରଧାନ, ସେନାପତି ଦାଶଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here