ବୁଗୁଡ଼ାରେ ଦୁର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

0
227

ବୁଗୁଡା : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ମଦନ ମୋହନ ଛକରେ ମା ଦୁର୍ଗାଙ୍କ ପୂଜା ଉପଲକ୍ଷେ ବ୍ଯବସାୟୀ ସଂଘ ପକ୍ଷରୁ ଶୁଭ ଖୁଣ୍ଟି ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ବର୍ଷ କରୋନା ସଂକ୍ରମଣର ପ୍ରଭାବ ତୀବ୍ରତର ଥିବା ଯୋଗୁଁ ମା’ଙ୍କ ପୂଜା ବନ୍ଦ କରାଯାଇଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ନିୟମ ପାଳନ ପୂର୍ବକ ପୂଜା ଅନୁଷ୍ଠିତ ହେବାକୁ ଯାଉଥିବାରୁ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ମା’ଙ୍କ ପୂଜା ମଣ୍ଡପ ଠାରେ  ଶୁଭ ଖୁଣ୍ଟି ସ୍ଥପନ ଅବସରରେ ପୂଜାପାଠ କାର୍ଯ୍ୟ ପୂରୋହିତ ବୈଷ୍ଣବ ଚରଣ ଦାଶ ସମ୍ପାଦନ କରିଥିବା ବେଳେ ଅଭିମନ୍ୟୁ ସାହୁ କର୍ତ୍ତା ରୂପେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପୂଜା କମିଟି ସଭାପତି ଚିତ୍ରସେନ ପ୍ରଧାନଙ୍କ ସମେତ ବ୍ଯବସାୟୀ ସଂଘର ସଦସ୍ଯ ବୃନ୍ଦ ସହଯୋଗ କରିଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here