ଆଜାଦିର ଅମୃତ ମହୋତ୍ସବ ଉଦଯାପିତ ଦିବସରେ ବଡାଖାନା ଓ ପୁରସ୍କାର ବିତରଣ

0
246

ବୁଗୁଡା : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କଲ୍ୟାଣ ମଣ୍ଡପ ପରିସରରେ ସେପ୍ଟେମ୍ବର ୨୭ ତାରିଖରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ପାଳନ ହୋଇଥିବା ଆଜାଦିର ଅମୃତ ମହୋତ୍ସବ ସପ୍ତାହର ଅନ୍ତିମ ଦିବସରେ ପୁରସ୍କାର ବିତରଣ ଉତ୍ସବ ଓ ବଡଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା5 । ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ଯର୍ନିବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦାନ କରି ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ଯରତ ସ୍ବଛ ସାଥି ଓ ସଫେଇ କର୍ମଚାରୀମାନଙ୍କୁ ଉତ୍ତମ ଭାବେ ଦାୟିତ୍ବର ସହିତ କାର୍ଯ୍ୟ ସମ୍ପାଦନ କରି ବୁଗୁଡା ଏନଏସି କୁ ପୁରସ୍କୃତ କରିଥିବାରୁ କର୍ମଚାରୀ ମାନଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସାହୁ ସ୍ବଛ ସାଥି ଓ ସଫେଇ କର୍ମଚାରୀ ଭାଇ ଭଉଣୀ ମାନଙ୍କୁ ବୁଗୁଡା ଏନଏସି ପରିବେଶକୁ ପରିଷ୍କାର ରଖିବା ପାଇଁ ଉତ୍ସାହିତ କରିଥିଲେ । ବଡଖାନା କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାଶ ଯୋଗ ଦେଇ ସଫେଇ ଭାଇ ଓ ଭଉଣୀ ଏବଂ ସ୍ବଛ ସାଥି ମାନଙ୍କୁ ଖାଦ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଚିତ୍ରସେନ ପ୍ରଧାନ, ଯନ୍ତ୍ରୀ ଇଂ ରୋଶନ କୁମାର ପ୍ରଧାନ ମଞ୍ଚାସୀନ ଥିବା ବେଳେ ସାନିଟାରୀ ଜୁନିୟର ଏକ୍ସପଟ ମୁନା ଗୌଡ, ସାନିଟାରୀ ସୁପରଭାଇଜର ରାଜେନ୍ଦ୍ର କୁମାର ପ୍ରଧାନଙ୍କ ସମେତ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here