୧୫୨ତମ ଗାନ୍ଧୀ ଜୟନ୍ତୀ ଓ ଆଜାଦିକା ଅମୃତ ମହୋତ୍ସବ ପାଳିତ

0
270

ମାଲକାନଗିରି (ନ୍ୟୁଜ୍ ଏକ୍ସଟ୍ରା) ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ସର୍କିଟ ହାଉସ୍ ସମ୍ମୁଖରେ ବା ପୁରୁଣା ଜିଲ୍ଲାପାଳଙ୍କ ପରିସରରେ ୧୫୨ତମ ଗାନ୍ଧୀ ଜୟନ୍ତୀ ଓ ଆଜାଦିକା ଅମୃତ ମହୋତ୍ସବ ପାଳନ କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ ଭା , ପ୍ର.ସେ , ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହତ୍ମା ଗାନ୍ଧୀ ଓ ଗୋପପନ୍ଧୁ ଙ୍କର ପ୍ରତିମୂର୍ଭରେ ମାଲ୍ୟାର୍ପଣ କରିଥିଲେ । ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ , ଶ୍ରୀ ବିରସେନ ପ୍ରଧାନ , ଜିଲ୍ଲା ଶିକ୍ଷାଧୁକାରୀ , ଶ୍ରୀ ମାନସ ଜେନା , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧୁକାରୀ ଶ୍ରୀମତୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ , ଜିଲ୍ଲାର ସାମ୍ବାଦିକ ପ୍ରତିନିଧୁମାନେ ଓ ବିଭିନ୍ନ ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ , ଶିକ୍ଷକ , ଛାତ୍ରଛାତ୍ରୀମାନ ଉପସ୍ଥିତ ରହିଥିଲେ । ୧୫୨ ତମ ଗାନ୍ଧୀ ଜୟନ୍ତୀ ଓ ଆଜାଦିକାଅମୃତ ମହୋତ୍ସବ ମାଲକାନଗିରି ସେଲ୍ ଓ ଲୋକ ସଂପର୍କ ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ।. ଭକ୍ତ ଜୟନ୍ତୀ ଓ ମହୋତ୍ସବ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ କରଯାଇଥିଲା ଯଥା ୫ଘଣ୍ଟା ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ରାମଧୂନ ଡାକ ବାଜି ଯନ୍ନ ଯୋଗେ ସହର ପରିକ୍ରମା କରାଯାଇଥିଲା । ଏବଂ ସକାଳ ୭ ଘଣ୍ଟା ସମୟରେ ଦୁଇଗୋଟି ନାମ ସଂକୀର୍ତ୍ତନ ଦଳ ଏମ.ଭି. – ୩ ରାଧାକୃଷ୍ଣ ମନ୍ଦିର ଠାରୁ ଶେଭାଯାତ୍ରା ଆରମ୍ଭ କରି ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ରାମଧୁନ ସଂଗୀତ ଓ ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଏହାପରେ କୁଇଜ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିବା ସହ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here