ସମୂହ ସ୍ୱଛତା ଅଭିଯାନ ଓ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ

0
272

ବେଗୁନିଆପଡା :ଆଜି କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ସ୍ଵଛତା ବିଶେଷଜ୍ଞ ଚନ୍ଦ୍ର କାନ୍ତ ମାରାଣ୍ଡିଙ୍କ ନେତୃତ୍ୱ ରେ ମୁଖ୍ୟ ଅତିଥି ଡ଼ିଏସଡବ୍ଲୁଓ ସୁରେଖା ସୁନ୍ଦରୀ, ଏଡ଼ିଏସଡବ୍ଲୁଓ ସାଧନ ଦାଶ, ଏନଏସି ସାହାୟକ ଯନ୍ତ୍ରୀ ସୁଧାକର ଦାଶ ଙ୍କ ଉପସ୍ଥିତିରେ ଏନଏସି ର ସମସ୍ତ ସଫେଇ କର୍ମଚାରି, ଅଙ୍ଗନବାଡି କର୍ମୀ, ସ୍ଵଛସାଥୀଓ କାର୍ଯ୍ୟଳୟ କର୍ମକର୍ତ୍ତା ଏକ ମିଳିତ ରା଼ଲି ମାଧ୍ୟମ ରେ ବର୍ଯ୍ୟବସ୍ତୁ ପରିଚାଳନା କାର୍ଯ୍ୟଳୟ ଠାରୁ ବାହାରି ଏନଏସି କାର୍ଯ୍ୟାଳୟ ନିକଟରେ ଶପଥ ପାଠ କରିଥିବା ବେଳେ ଅନ୍ୟ 100 ଜଣଙ୍କୁ ମଧ୍ୟ ଏହି ଶପଥ କରାଇବି ବୋଲି କହିଥିଲେ !ପରେ ପରେ ସମସ୍ତ କୋଦଳା ମୁଖ୍ୟ ରାସ୍ତାରେ ସ୍ଵଛତା ଓ ସମସ୍ତ ପ୍ଳାଷ୍ଟିକ ବର୍ଯ୍ୟାବସ୍ତୁ କୁ ସମ୍ପୂର୍ଣ ବର୍ଜନ ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିଥିଲେ !ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଡ଼ିଏସଡବ୍ଲୁଓ କାର୍ଯ୍ୟକ୍ରମ ରେ ନିଜେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରି ଖୁସିବ୍ୟକ୍ତ କରିଥିଲେ ।

ରିପୋର୍ଟ:ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here