“ନୂଆ-ଓ” ଏବଂ “ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ : ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ

0
173

ପୋଲସରା: ଗଞ୍ଜାମ ଜିଲ୍ଲାର ପୋଲସରା ଲୁଣିଘାଟି ପଡିଆରେ ମଙ୍ଗଳ ବାର ଦିନ “ନୂଆ-ଓ” ଏବଂ “ଯୁବ ଓଡିଶା, ନବୀନ ଓଡିଶା” ଯୋଜନା ଅନ୍ତର୍ଗତ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବର ଉଦଯାପନୀ କାର୍ଯ୍ୟକ୍ରମ ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ପ୍ରତିଯୋଗିତାରେ ଫୁଟବଲ, କବାଡି, କ୍ରିକେଟ, ଭଲିବଲ, ଖୋ ଖୋ, ଆଦି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇଁ ଛାତ୍ରଛାତ୍ରୀ ବୃନ୍ଦ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ତହସିଲଦାର ରୁବି ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା କଳ୍ପନା ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଏନଏସି ଅଧକ୍ଷା ସଂଗୀତା ବେହେରା, ଉପାଧକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ସୁଶାନ୍ତ କୁମାର ପୋଲେଇ, ସମାଜସେବୀ ନରେନ୍ଦ୍ର ଦେବତା, ସରପଞ୍ଚ ଉତ୍କଳ ପ୍ରଧାନ, ମନୋଜ କୁମାର ପରିଡ଼ା, ବସନ୍ତ କରଣ ସମେତ ଜନ ପ୍ରତିନିଧି ବୃନ୍ଦ ଉପସ୍ଥିତ ରହି କୃତିତ୍ୱ ଅର୍ଜନ କରିଥିବା କ୍ରୀଡ଼ାବିତ ବୃନ୍ଦଙ୍କୁ ଅର୍ଥ ରାଶି ଚେକ ଓ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here