ଘୋଗଡ଼ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

0
240

ଭଞ୍ଜନଗର:ଉତ୍ତର ଘୁମୁସର ବନଖଣ୍ଡ ର ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨,ସାଇଟ ସେଭରସ୍ ଇଣ୍ଡିଆ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ତାରସିଂ ବନାଞ୍ଚଳ ଅନ୍ତର୍ଗତ ଘୋଗଡ଼ ବନ ବିଭାଗ କାଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହାକୁ ଘୋଗଡ଼ ବନପାଳ ଅନୁପ କୁମାର ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଶିବିରରେ ୬୮ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି। ସେଥି ମଧ୍ୟରୁ ପରଳ ରୋଗୀ ୨୬ଜଣ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କୁ ଚଷମା ପ୍ରଦାନ ଓ ଅଧିକ ଚିକିତ୍ସା ପାଇଁ ୨୮ଜଣଙ୍କୁ ଚକ୍ଷୁ ହସ୍ପିଟାଲ ପଠାଯାଇଛି। ଏଥି ସହିତ ଅପରେସନ ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟ କୁ ୨୫ଜଣଙ୍କୁ ନିଆଯାଇଛି। ବନ ବିଭାଗ ପକ୍ଷରୁ ବନପାଳ ଅନୁପ କୁମାର ବିଷୋୟୀ,ଅମର ନାୟକ,ବନରକ୍ଷୀ ଗନ୍ଧର୍ବଶେଣ ନାୟକ,ଏସଏମ୍ଏସ ର କାହ୍ନୁ ଚରଣ ସାହୁ,ସଂଯୋଜକ ସଞ୍ଜୟ କୁମାର ମିଶ୍ର,ବିଭୁତି ଭୂଷଣ ତରସିଆ,ଅଦିତ କୁମାର ପଣ୍ଡା,ରବୀନ୍ଦ୍ର କୁମାର ଡାକୁଆ,ଲିଲି ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼,ଭଗବାନ ପଣ୍ଡା,ଆଶିଷ ସାହୁ,ଅଙ୍କିତା ସାହୁ, ଇପିଲି ସାକିଲି ଚକ୍ଷୁ ପରୀକ୍ଷଣ କରିଥିଲେ। ସମସ୍ତ ରୋଗୀ ଙ୍କ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବା ସହ ଔଷଧ, ଚଷମା ମାଗଣରେ ଦିଆଯାଇ ଥିବା କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼ କହିଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here