ଅବକାରୀ ଚଢ଼ଉ , ତିନି ଗିରଫ ସହ ବିପୁଳ ପରିମାଣରେ ମଦ ଓ ପୋଚ ଜବତ

0
287

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ମଦ , ପଚ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରାଯାଇଛି । ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁ , ପାପଡାହାଣ୍ଡି ଅବକାରୀ ଏସ୍‌ଆଇ ହର ପ୍ରସାଦ ରାଣା , ଏଏସଆଇ ଅମୟ ଖଞ୍ଜ , ଏଏସଆଇ ଜଗବନ୍ଧୁ ଜାନୀ , ଏଏସଆଇ ରାଜେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ । ଡେଙ୍ଗାଗୁଡ଼ା , ଗୁମିଦୋରା , ପେଟୁଗୁଡା , ପ୍ରଧାନୀଗୁଡା , ମଇଦଲପୁର , ପୋକନାଗୁଡା , ଗାଦବାକରା , ପାପଡାହାଣ୍ଡି ଆଦି ଅଞ୍ଚଳରେ ଚଢ଼ଉ କରାଯାଇଥିଲା । ଡେଙ୍ଗାଗୁଡ଼ା ଗ୍ରାମରୁ ୯ ଲିଟରେ ଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତ ସୁଦର୍ଶନ ହରିଜନକୁ ଗିରଫ କରାଯାଇଛି । ସେହିପରି ଗାଦବାକରା ଗ୍ରାମରୁ ୮ଲିଟରେ ଦେଶୀ ମଦ ଜବତ ସହ ଅଭିଯୁକ୍ତ ଯୋଗେଶ୍ବର ଦଳାଇକୁ ଗିରଫ କରାଯାଇଛି । ତୁମୁଲ୍ଲା ଗ୍ରାମରୁ ୭ଲିଟର ଦେଶୀ ମଦ ଜବତ କରି ଅଭିଯୁକ୍ତ ଲଛମନ ବିଷୋୟୀକୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ପୃଥକ ପୃଥକ ମାମଲାରେ କୋର୍ଟ ଚାଲାଣ କରାଯାଇଛି . ମୋଟ ୪୦ଲିଟରେ ଦେଶୀ ମଦ ଓ ୫ଶହ ଲିଟର ପଚ ଜବତ କରି ନଷ୍ଟ କରାଯାଇଛି । ଏହି ଚଢ଼ଉରେ ଅବକାରୀ ବିଭାଗ କର୍ମଚାରୀ ବାଳକ୍ରିଷ୍ଣା ନାୟକ , ରଜନୀ ଜାନୀ , ଗତୁଳ ନାୟକ , ଦେବେନ୍ଦ୍ର ସମରଥ , ରଂଜିତ ସିଂହ ପ୍ରମୁଖ ସାମିଲ ଥିଲେ
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here