ଖଲ୍ଲିକୋଟରେ ଭାରତ ବନ୍ଦକୁ ବିପୁଳ ଜନସମର୍ଥନ

0
218

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷି ଆଇନ ମଧ୍ୟ ରୁ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା, ତୈଳଦର ବୃଦ୍ଧି ଓ ଖାଉଟି ଦରଦାମ୍ ବୃଦ୍ଧିକୁ ନେଇ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି । ଏହାକୁ ବାମପନ୍ଥୀ ଦଳ ସହ କଂଗ୍ରେସ ସମର୍ଥନ ଜଣାଇ ଖଲ୍ଲିକୋଟର ନିର୍ମଳଝର ଓ ୧୬ ନଂ ଜାତୀୟ ରାଜପଥର କେଶପୁର ଠାରେ ମିଳିତ ଭାବେ ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ରାସ୍ତା କଡର ଦୁଇ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଥିଲା । ଖଲ୍ଲିକୋଟରେ ସରକାରୀ, ବେସରକାରୀ ଅଫିସ ଓ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା । ଅଖିଳ ଭାରତ କୃଷକସଭାର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀହର୍ଷ ରଥଙ୍କ ନେତୃତ୍ବରେ ଦୁର୍ଗା ଚରଣ ପାତ୍ର,ସିପିଆଇ ଆଞ୍ଚଳିକ ସମ୍ପାଦକ କନ୍ଧ ପ୍ରଧାନ,ବି କେ ଏମ୍ ୟୁ ଜିଲ୍ଲା ସଭାପତି ରଘୁ ନାଥ ଗୌଡ଼ ,ଆଇନଜୀବୀ ସୀମାଞ୍ଚଳ ବେହେରା, ସରପଞ୍ଚ ମନୋଜ କୁମାର ଗୌଡ଼,ବିଦ୍ୟାଧର ପ୍ରଧାନ,ରବି ସ୍ୱାଇଁ,ଶ୍ରମିକ ନେତା ମାୟାଧର ନାୟକ ଓ ଜୟରାମ ଦାଶ, ଆଦିବାସୀ ନେତା ଗୁରୁଦେବ ଯାନୀ, ବୁଲୁ ବାରିକ ପ୍ରମୁଖ ସିପିଆଇ ନେତାଙ୍କ ସହ ଖଲ୍ଲିକୋଟ ବ୍ଲକ କଂଗ୍ରେସ କମିଟି ସଭାପତି ମେଘନାଦ ଦଳେଇ ,ପୂର୍ବତନ ସଭାପତି ବିଶ୍ୱଜିତ ତରେଇ,ଲଛମନ ପାତ୍ର, ସମିତି ସଭ୍ୟ ପ୍ରସନ୍ନ ଆଚାର୍ଯ୍ୟ, ରମେଶ ପାତ୍ର, ବିଜୟ ପାତ୍ର,ଘନଶ୍ୟାମ ପାତ୍ରଙ୍କ ସହ ଉଭୟ ଦଳର ଶତାଧିକ କର୍ମୀ ଏହି ବନ୍ଦ ଡାକରାରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here