ବିଷାକ୍ତ ସାପ କାମୁଡ଼ା ରେ ଜଣକର ମୃତ୍ୟୁ

0
547

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ମାଝୀ ଧନୁଆ ପଞ୍ଚାୟତ ଅନ୍ତର୍ଗତ ଆଉଁଳି ଗାଁ ର ରୂପଧର ମୁରିୟା (୪୫)ନିଜ ଘରେ ଦିନ ବେଳେ ବିଶ୍ରାମ ନେବା ସମୟରେ ଗତ କାଲି ଅପରାହ୍ଣ ୩ଟା ସମୟରେ ସହିପଡିଥିବା ବେଳେ କୌଣସି ବିଷାକ୍ତ ସାପ କାମୁଡି ଥିଲା । ଏହି ସାପ କାମୁଡା ବିଷୟରେ ଆଉଁଳି ପୋଲିସ ଚେକ ପୋଷ୍ଟ ରେ କାର୍ଯ୍ୟରତ କନେଷ୍ଟବଳ ଗୋକୁଳ ନାୟକ ଓ ଗୃହରଖୀ ଦେବାନନ୍ଦ ପାନକା ଙ୍କୁ ମୃତକଙ୍କ ସାନ ଭାଇ ଜଣାଇଥିଲେ । ଶୋଇଥିବା ଅବସ୍ଥାରେ ହିଁ ରୂପଧର ଙ୍କ ଡ଼ାହାଣ ହାତର ଉପର ଭାଗ ରେ ସାପ କାମୁଡି ଦେବାରୁ ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ସାନ ଭାଇ ଉର୍ଦ୍ଧବ ମୁରିୟା କୋଷାଗୁମୁଡ଼ା ଥାନା ରେ ଏତଲା ଦେଇ ଜଣାଇଥିଲେ । ଏନେଇ କୋଷାଗୁମୁଡ଼ା ଥାନା ଅଧିକାରୀ ଦୁର୍ଗମାଧବ ବାଘ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏ ଏସ ଆଇ ବସନ୍ତ କୁମାର ସ୍ୱାଇଁ ଙ୍କୁ ଏହି ସାପ କାମୁଡ଼ା ମୃତ୍ୟୁ ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ସକାଳେ ମୃତ ରୂପଧର ଙ୍କ ଶବ ବ୍ୟବଚ୍ଛେଦ ପାଇଁ କୋଷାଗୁମୁଡ଼ା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ଠାରେ ଅଣାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରାଯାଇଛି,ବୋଲି ପୁଲିସ ସୂଚନା ଦେଇଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here