ଜୁଲାଇ ୨୬ ତାରିଖ ଲୁଟ ଘଟଣା, ଆଉ ଜଣେ ଗିରଫ 

0
275

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କରସିଙ୍ଗ ଗ୍ରାମରେ ଗତ ଜୁଲାଇ ୨୬ ତାରିଖ ଦିନ  ହୋଇଥିବା ଲୁଟ୍ ଘଟଣାରେ ବୁଗୁଡ଼ା ପୋଲିସ ଗୁରୁବାର ଦିନ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରା ସୂଚନା ପ୍ରଦାନ କରିଛନ୍ତି l ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା କରଚୁଲି ପଞ୍ଚାୟତ ଅନ୍ତର୍ଗତ ଜେଏକ ଗ୍ରାମର ସଞ୍ଜୟ ନାୟକ l  ସଞ୍ଜୟ ଠାରୁ ଏକ ବାଇକକୁ ମଧ୍ୟ ପୋଲିସ ଜବତ କରିଛି l ପୂର୍ବରୁ ଦୁଇ ଲୁଟେରା ନୟାଗଡ ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମର ଜିତୁ ପ୍ରଧାନ ଓ ଜୟ କୃଷ୍ଣ ପ୍ରଧାନ ଗିରଫ ହୋଇଥିବା ବେଳେ ଆଜିର ଗିରଫଦାରି ପରେ ଏହି ସଂଖ୍ୟା ତିନିରେ ପହଞ୍ଚିଛି l ପ୍ରକାଶ ଥାଉକି କରସିଙ୍ଗ – ଜଗନ୍ନାଥପ୍ରସାଦ ମୁଖ୍ୟ ରାସ୍ତା କଡରେ ଥିବା କୃଷ୍ଣ ପ୍ରଧାନଙ୍କ ଘରୁ ଗତ ଜୁଲାଇ ୨୬ ତାରିଖ ଦିନ ଲୁଟେରାମାନେ ଘରେ ପଶି ମାଉଜର୍ ଓ ଛୁରୀ ଦେଖାଇ  ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲେ l ଦୁଇଟି ବାଇକରେ ଚାରିଜଣ ଆସି ଲୁଟି ନେଇଥିବା ବେଳେ ପୋଲିସ ଦୁଇଜଣଙ୍କୁ ପୂର୍ବରୁ ଓ ଗତକାଲି ଜଣଙ୍କୁ, ଏହିପରି ମୋଟ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଥିବା ଜଣାପଡିଛି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here