ଓଡ଼ିଶା ରାଜସ୍ବ ଅମଲା ସଂଘ ର କାର୍ଯ୍ୟକାରିଣୀ ବୈଠକ

0
941

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ରାଜ୍ୟ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁଙ୍କ ଅଧ୍ୟକ୍ଷତାରେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭର୍ଚୁଅଲ ମୋଡ ରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଏହି ବୈଠକରେ ରାଜସ୍ୱ ଅମଲା ମାନଙ୍କ ସପକ୍ଷରେ ୨୭ ଗୋଟି ଜିଲ୍ଲାପାଳ ଙ୍କ ସୁପାରିଶ ଏବଂ ଓଡିଶା ରାଜସ୍ୱ ଅମଲା ସଙ୍ଘ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜସ୍ୱ ଅମଲା ମାନଙ୍କୁ ସ୍ୱତନ୍ତ୍ର କ୍ୟାଡ଼ର ପ୍ରଦାନ ନ କରିବା ଏବଂ ତତ ସମ୍ପର୍କରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଏହି ବିଷୟରେ କର୍ଣ୍ଣପାତ ନ କରି ସମସ୍ତ ବିଭାଗ କୁ ନେଇ ସାଧାରଣ(common) କ୍ୟାଡ଼ର ବ୍ୟବସ୍ଥା କରିଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେହିପରି, ୬୭୧ ଟି ମୁଖ୍ୟ କିରାଣୀ ପଦ ଉଚ୍ଛେଦ ପାଇଁ ମଧ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇ ଥିବାରୁ ଜିଲ୍ଲା ସ୍ତରୀୟ ରାଜସ୍ୱ ଅମଲା ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଏହା ୨୦୧୮ମସିହା ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଙ୍କ ସହ ହୋଇଥିବା ବୈଠକର ନିଷ୍ପତ୍ତି ର ବିରୁଦ୍ଧାଚରଣ କରୁଛି ବୋଲି ସଙ୍ଘ ପକ୍ଷରୁ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ର ଏପରି ଏକପାଖିଆ ନିଷ୍ପତ୍ତି ଫଳରେ ଜିଲ୍ଲା ସ୍ତରରେ ବହୁ ସଂଖ୍ୟକ ରାଜସ୍ୱ ଅମଲା ମାନେ ପଦନ୍ନତି ପାଇବାରୁ ବଞ୍ଚିତ ହେବେ । ରାଜ୍ୟରେ କୌଣସି ସ୍ଥାନରେ ସାଧାରଣ କ୍ୟାଡ଼ର ନ ଥିବା ବେଳେ ଜିଲ୍ଲା ସ୍ତରୀୟ ରାଜସ୍ୱ ଅମଲା ମାନଙ୍କ ମଧ୍ୟରେ କାହିଁକି ଏପରି ବାଛ ବିଚାର ହେଇଛି ବୋଲି ମତ ପ୍ରକାଶ ପାଇଥିଲା। ସେହିପରି, ରାଜ୍ୟ ସରକାର କେଉଁ ଜିଲ୍ଲାରେ କେତେ ପ୍ରତିଷ୍ଠାନ ଅଧିକାରୀ ପଦବୀ ଅନୁମୋଦନ ନ କରୁଣୁ, କିଛି ଜିଲ୍ଲାର ଜିଲ୍ଲାପାଳ ମାନେ ତରବରିଆ ଭାବରେ ନିଯୁକ୍ତି ଦେଇ ଚାଲିଛନ୍ତି, ତାହାକୁ ସଙ୍ଘ ତୀବ୍ର ସମାଲୋଚନା କରିଛି। ଜିଲ୍ଲା ସ୍ତରୀୟ ରାଜସ୍ୱ ଅମଲା ମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ, ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତି କୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଚୁକ୍ତିଭିତ୍ତିକ ରାଜ୍ୟ ସରକାରୀ କର୍ମଚାରୀ ନିୟମିତ ସରକାରୀ କର୍ମଚାରୀ ଙ୍କ ଭଳି ସମାନ ଦାଇତ୍ୱ ସମାନ କାମ କରିଥାନ୍ତି, କିନ୍ତୁ ସରକାର ଛଅ ବର୍ଷ ପର୍ଯ୍ୟନ୍ତ କମ ଦରମା ଦେଇ ଛଅ ପରେ ନିୟମିତ କର୍ମଚାରୀ ମାନ୍ୟତା ଦେଇଥାନ୍ତି। ତେଣୁ, ରାଜ୍ୟ ସରକାରଙ୍କ ସମସ୍ତ ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ, ସମାନ କାମକୁ ସମାନ ଦରମା ନ୍ୟାୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ପ୍ରତ୍ୟାହାର କରି ନିୟମିତ ନିଯୁକ୍ତି ଦେବା ନିମନ୍ତେ, ସରକାରଙ୍କ ନିକଟରେ ଦାବି ରଖିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା। ସେହିପରି, ରାଜସ୍ବ ଅମଲା ମାନେ ବିଭିନ୍ନ ସମୟରେ ଅନୁକୂଳ ପରିସ୍ଥିତିରେ ବିଭିନ୍ନ ଦପ୍ତର ରେ କାମ କରିଥାନ୍ତି । କେନ୍ଦ୍ର ସରକାରଙ୍କ ନିର୍ବାଚନ ହେଉ ଅବା ଜନଗଣନା କିମ୍ବା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ରାଜ୍ୟ ସରକାରଙ୍କ ବତୀଶ ଗୋଟି ବିଭାଗରେ କାର୍ଯ୍ୟ କରିଥାନ୍ତି। ବନ୍ୟା, ବାତ୍ୟା ହେଉ କିମ୍ବା ଯେକୌଣସି ପ୍ରକାର ର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜ ଜୀବନକୁ ଭୁକ୍ଷେପ ନ କରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ବାହାରକୁ ଆସିଥାନ୍ତି, ଯେଉଁ ସମୟରେ କି ଲୋକେ ବାହାରକୁ ବାହାରିବା ପାଇଁ ସମ୍ଭବ ହେଉ ନ ଥାଏ।ସେଥିପାଇଁ ଓଡ଼ିଶାର ରାଜସ୍ୱ ଅମଲା ମାନଙ୍କୁ ସ୍ୱତନ୍ତ୍ର ପ୍ୟାହା ର ମାନ୍ୟତା ପ୍ରଦାନ ପାଇଁ, ସରକାରଙ୍କ ନିକଟରେ ପୁନଶ୍ଚ ଦାବି ରଖିବା ନିମନ୍ତେ ସର୍ବସଂମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର, ପ୍ରସନ୍ନ କୁମାର ନାୟକ,ବିଭିନ୍ନ ଜିଲ୍ଲାର ସଭାପତି, ସମ୍ପାଦକ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରାଜ୍ୟ ସଂଘର କର୍ମକର୍ତ୍ତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here