ଉଠାଜଳ ସେଚନ ବିଦ୍ୟୁତ ବିଭାଗର ଆସିଷ୍ଟାଣ୍ଡ ଇଞ୍ଜିନିୟର ଭିଜିଲାନ୍ସ ଜାଲରେ

0
258

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଉଠା ଜଳସେଚନ ବିଦ୍ୟୁତ ବିଭାଗ ର ଆସିଷ୍ଟାଣ୍ଟ ଇଞ୍ଜିନିୟର ଇଶ୍ବର ଦାସ l ବୁଗୁଡ଼ା ଅଞ୍ଚଳର ଜଣେ ଠିକାଦାର ଙ୍କୁ ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତ ବିଲ୍ କ୍ଲିଅର ଲାଗି ବ୍ରହ୍ମପୁର କାର୍ଯ୍ୟାଳୟ ଠାରେ ୫୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍ l ବ୍ରହ୍ମପୁର ଭିଜିଲାନ୍ସ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଏକ ପାଞ୍ଚ ଜଣିଆ ଭିଜିଲାନ୍ସ ଟିମ୍ ଆଜି ଏକକାଳୀନ ଗଞ୍ଜାମ ଜିଲ୍ଲାର ତିନୋଟି ଉଠା ଜଳସେଚନ କାର୍ଯ୍ୟାଳୟ ବ୍ରହ୍ମପୁର, ଆସିକା ଓ ବୁଗୁଡ଼ା ରେ ଚଢ଼ାଉ କରି ଯାଞ୍ଚ କରିଥିବା ସୂଚନା ମିଳିଛି l

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here