ଜୁଆ ଆଡ଼ା ଉପରେ ଚଢ଼ାଉ;୬ ଜୁଆଡି ଗିରଫ

0
300

ଗଞ୍ଜାମ(ଜଗନ ପଣ୍ଡା) ଦଶହରା କୁମାର ପୂର୍ଣ୍ଣିମାରେ ଆଗକୁ ଜୁଆ ଖେଳ କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇ ଜୁଆ ଆଡା ଉପରେ ଚଢ଼ାଉ ଜାରି ରହିଛି | ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ଚାଲୁଥିବା ଜୁଆଆଡା ଉପରେ ଗାଙ୍ଗପୁର ପୋଲିସ ଚଢ଼ାଉ କରି ୬ ଜଣ ଜୁଆଖେଳାଳିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ 10ହଜାର 500 ଟଙ୍କା ଓ ତାସ ଜବତ କରିଛି l ଆସିକା ଥାନା କେସ ନଂ 297/୨୦ ଅନୁଯାଇ ଗିରଫ ଜୁଆଡିଙ୍କୁ ଗିରଫ କରାଯାଇଛି l ଖବର ପାଇ ଗାଙ୍ଗପୁର ପୋଲିସ ଜୁଆ ଆଡା ଉପରେ ଚଢ଼ାଉ କରି ୬ ଜଣ ଜୁଆଖେଳାଳିକୁ ଗିରଫ କରିଥିବାର ଗାଙ୍ଗପୁର ଥାନା ଅଧିକାରୀ ଧୀରେସ କୁମାର ଦାସ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here