ଶ୍ରମିକଙ୍କ ମଜୁରୀ ଟଙ୍କା ଆତ୍ମସାତ କରିଥିବା ଘଟଣା : ନାଏବ ସରପଞ୍ଚ ମଜୁରୀ ଟଙ୍କା ଦେବାକୁ ଚୁକ୍ତିନାମା କଲେ

0
226

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ପଞ୍ଚାୟତ ସଲାବାଡ଼ି ଗ୍ରାମର କିଛି ଲୋକ ମନରେଗା ଯୋଜନାରେ କାମ କରିଥିବା ବେଳେ ୯ ମାସ ରୁ ଉର୍ଦ୍ଧ ଦିନ ହେବ ମଜୁରୀ ଟଙ୍କା ମିଳିନଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଶ୍ରମିକଙ୍କ ମଜୁରୀ ଟଙ୍କାକୁ ଆତ୍ମସାତ କରିଥିବା ସିମନବାଡ଼ି ପଞ୍ଚାୟତର ନାଏବ ସରପଞ୍ଚ ମୋହନ ପ୍ରଧାନ ଶ୍ରମିକ ମାନଙ୍କୁ ମଜୁରୀ ଟଙ୍କା ଦେବାକୁ ରାଜି ହୋଇଥିଲେ । ଦାରିଙ୍ଗବାଡ଼ି ବ୍ଲକର ଏପିଓ ତ୍ରିନାଥ ନାୟକ ଙ୍କ ଉପସ୍ଥିତ କ୍ରମେ ମୋହନ ପ୍ରଧାନ ଗୋଟିଏ ମାସ ମଧ୍ୟରେ ଶ୍ରମିକ ମାନଙ୍କ ମଜୁରୀ ଟଙ୍କା ଫେରେଇବା ନେଇ ଏକ ଚୁକ୍ତି କରିଥିଲେ । ସୂଚନା ମୁତାବକ , ଦାରାବଣ୍ଡା ଠାରୁ ଆଡିନପାଙ୍ଗା ପର୍ଯ୍ୟନ୍ତ ମନରେଗା ଯୋଜନାରେ ରାସ୍ତା କାମ ହୋଇଥିଲା । ଏହି କାମରେ ଗ୍ରାମର ବହୁ ପୁରୁଷ ଓ ମହିଳା ଲୋକ କାମ କରିଥିବା ବେଳେ କିଛି କିଛି ମଜୁରୀ ଟଙ୍କା ମିଳିଥିବା ବେଳେ ଆଉ କିଛି ମଜୁରୀ ଟଙ୍କା ରହିଯାଇଥିଲା । ରାସ୍ତା କାମର ବିଲ ହୋଇଥିଲେ ସୁଦ୍ଧା ମୋହନ ପ୍ରଧାନ ମଜୁରୀ ଟଙ୍କାକୁ ଆତ୍ମସାତ କରି ଶ୍ରମିକଙ୍କୁ ୯ ମାସରୁ ଉର୍ଦ୍ଧ ଦିନ ହେବ ମଜୁରୀ ଟଙ୍କା ଦେଇନଥିଲା । ଏହାପରେ ଶ୍ରମିକ ମାନେ ବ୍ଲକ ଓ ଜିଲ୍ଲା ଶ୍ରମ କାର୍ଯ୍ୟଳୟରେ ଅଭିଯୋଗ କରିଥିଲେ ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here