ତ୍ରିସ୍ତରୀୟ ନିର୍ବାଚନ ପରିଚାଳନା ସକାଶେ ଅଧିଗ୍ରହଣ ହୋଇଥିବା ଯାନବାହନ ଯୋଗାଇ ଦେବା କ୍ଷେତ୍ରରେ ଅସହଯୋଗ କଲେ ଗାଡି ମାଲିକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

0
252

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଚଳିତ ତ୍ରିସ୍ତରୀୟ ନିର୍ବାଚନ କାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନା କରିବା ନିମନ୍ତେ ଅନେକ ଗୁଡିଏ ଯାନବାହନର ଆବଶ୍ୟକ ରହିଛି। ଯାନବାହନ ଅଧିଗ୍ରହଣ ପ୍ରକ୍ରିୟାରେ ସହଯୋଗ କରିବା ନିମନ୍ତେ ସମ୍ପୃକ୍ତ ଗାଡ଼ି ମାଲିକଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅନୁରୋଧ କରିଛନ୍ତି। ଏଥି ସକାଶେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗାଡି ଗୁଡିକ ହାଜିର କରିବା ନିମନ୍ତେ ନିର୍ଦେଶ ପତ୍ର ପ୍ରଦାନ କରାଯାଇଛି। ସମ୍ପୃକ୍ତ ମାଲିକଗଣ ନିଜ ଗାଡି ଗୁଡିକ ଅଧିଗ୍ରହଣ ସକାଶେ ହାଜିର କରାନ୍ତୁ । ଏହି ନିର୍ଦେଶ ଅବମାନନା କରୁଥିବା ସମ୍ପୃକ୍ତ ଗାଡ଼ି ମାଲିକ ବିରୁଦ୍ଧରେ ଅଧିଗ୍ରହଣ ଅଧିନିୟମ ୧୯୮୪ ର ଧାରା-୯ ଏବଂ ଜନ ପ୍ରତିନିଧି ଆଇନ ୧୯୫୧ ର ଧାରା-୧୬୭ ପ୍ରକାରେ ଦଣ୍ଡ ବିଧାନର ବ୍ୟବସ୍ଥା ରହିଅଛି। ଏଥିରେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଏକ ହଜାର ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଅଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ କରାଯାଇଅଛିକି ଯେ, କୌଣସି ବ୍ୟକ୍ତି ଯଦି ନିର୍ବାଚନ କାର୍ଯ୍ୟରେ ଅସହଯୋଗ କରିବେ, ତାହା ବରଦାସ୍ତ କରାଯିବ ନାହିଁ ଏବଂ ଉପଯୁକ୍ତ ଦଣ୍ଡ ବିଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ।
ଏଣୁ ସମସ୍ତ ସମ୍ପୃକ୍ତ ଯାନବାହନ ମାଲିକ ମାନଙ୍କୁ ଏତଦ୍ଵାରା ଅନୁରୋଧ କରାଯାଉଛି, ସେମାନେ ନିଜର ନିର୍ଦ୍ଦିଷ୍ଟ ଯାନବାହନକୁ ତୁରନ୍ତ ନିର୍ବାଚନ କାର୍ଯ୍ୟରେ ବିନିଯୋଗ ନିମନ୍ତେ ହାଜିର କରାନ୍ତୁ ଓ ନିର୍ବାଚନ କାର୍ଯ୍ୟରେ ସହଯୋଗ କରନ୍ତୁ ।

LEAVE A REPLY

Please enter your comment!
Please enter your name here