ବେଲଗୁଣ୍ଠାରେ ଜିଲ୍ଲାପାଳଙ୍କ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା

0
219

ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ସକାଳ ୧୦ ଘଟିକା ସମୟରେ ବେଲଗୁଣ୍ଠା ବ୍ଳକ୍,ଏନ୍.ଏ.ସି ଓ ତହସିଲ ଅଫିସରେ ପହଞ୍ଚି ବ୍ଳକ୍ ଓ ଏନ୍.ଏ.ସିରେ ଚାଲିଥିବା ବିଭିନ୍ନ ପ୍ରକାର ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ତହସିଲ କାର୍ଯ୍ୟାଳୟର ନିରୀକ୍ଷଣ କରି ଫେରିଛନ୍ତି ।ବେଲଗୁଣ୍ଠା ବ୍ଳକ୍ ପ୍ରତାପଲକ୍ଷ୍ମଣପୁର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ରୁପାନ୍ତରଣ କାର୍ଯ୍ୟର ତଦାରଖ କରିଥିଲେ ।ସେଠାରେ ଚାଲିଥିବା ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଳାସ୍ ଓ ଇ-ଲେବୋରୋଟୋରୀର କାର୍ଯ୍ୟ ଦେଖି ସନ୍ତୋଷ ପ୍ରକାଶ କରିଥିଲେ ।ସ୍କୁଲ ରୁପାନ୍ତରଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ସ୍ଥାନ ରାଜ୍ୟରେ ସ୍ୱତନ୍ତ୍ର ବୋଲି ସେ ମତବ୍ୟକ୍ତ କରିଥିଲେ ।ଏଥି ସହିତ ନେଟେଙ୍ଗା ପଞ୍ଚାୟତରେ ଚାଲିଥିବା ସାମୁହିକ ଗୋସାଲାର କାର୍ଯ୍ୟ ମଧ୍ୟ ନିରୀକ୍ଷଣ କରି ଖୁବଶୀଘ୍ର ଏହି କାର୍ଯ୍ୟ ସମାପନ ହେବ ଏବଂ ଏହି ମୋଡେଲ୍ କୁ ରାଜ୍ୟ ସ୍ୱତନ୍ତ୍ର ଦଳ ପରିଦର୍ଶନରେ ଆସିବେ ବୋଲି ପ୍ରକାଶ କରି ଏହି ସମ୍ପର୍କରେ ନେଟେଙ୍ଗା ସରପଞ୍ଚ ପ୍ରହଲ୍ଲାଦ ଲେଙ୍କାଙ୍କ ସହିତ ଆଲୋଚନା କରିଥିଲେ ।ବ୍ଳକ୍ ରେ ଏକ ଭିସିରେ ଉପସ୍ଥିତ ରହି ମିଶନ ଶକ୍ତି ମାଧ୍ୟମରେ ଉକ୍ତ ସାମୁଦ୍ରିକ ଗୋଶାଳାକୁ ପରିଚାଳନା କରିବା ପାଇଁ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।
ଏହା ପରେ ବେଲଗୁଣ୍ଠା ଏନ୍.ଏ.ସିରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର,
ଶ୍ମଶାନର ପୁନରୁଦ୍ଧାର କାର୍ଯ୍ୟ ଓ ନିର୍ମାଣାଧିନ ସ୍ମାର୍ଟ ପାର୍କ ପରିଦର୍ଶନ କରି ସେଠାରେ କାର୍ଯ୍ୟର ତଦାରଖ କରି ସନ୍ତୋଷ ପ୍ରକାଶ କରିଥିଲେ ।ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟ ଗସ୍ତ କରି ନିରୀକ୍ଷଣ କରି ଫେରିଥିଲେ ।ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ବେଲଗୁଣ୍ଠା ତହସିଲଦାର ସରୋଜ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର,ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here