ମଧ୍ୟାହ୍ନ ଭୋଜନ ଟଙ୍କା ହଡ଼ପ ମାମଲାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

0
427

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଟିଓଏମଇ ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟାନଭୋଜନ ଟଙ୍କା ହଡ଼ପ ମାମଲାରେ ନବରଙ୍ଗପୁର ଜିଲ୍ଲା ଶିକ୍ଷାଅଧିକାରୀ ନିଲମ୍ବନ କରିଥିବା ଜଣାପଡିଛି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦେଶ କ୍ରମେ ଚିଠି ନମ୍ବର ୧୯୬୪/୨୧ ପ୍ରକାରେ କୋଷାଗୁମୁଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏହା ସୂଚନା ମିଳିଛି । ପ୍ରକାଶ ଥାଉକି ଗତମାସ ୨୧ ତାରିଖ ଦିନ ସ୍କୁଲ ଅଭିଭାବକ ମାନେ ପିଲାଙ୍କ ମଧ୍ୟାନଭୋଜନ ଚାଉଳ ଓ ଅର୍ଥ ପ୍ରଦାନରେ ପ୍ରଧାନ ଶିକ୍ଷୟିତ୍ରୀ ଗୌରୀ ବେହେରା ଅନିୟମିତତା କରିଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ , ନବରଙ୍ଗପୁର ଜିଲ୍ଲାପାଳ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଭାବକ ଙ୍କ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଇ ତଦନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିଥିଲେ । ରିପୋର୍ଟ କୁ ଆଧାର କରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀ ଗୌରୀ ବେହେରାଙ୍କୁ ନିଲମ୍ବନ କରାଯାଇଛି ।
ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here