ଆପୋଲୋର ପଞ୍ଜୀକରଣ ରଦ୍ଦ ହେବ

0
692

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଅଡୁଆରେ ଘରୋଇ ହସପିଟାଲ ଆପୋଲୋ ।ବେଆଇନ କିଡନି ପ୍ରତିରୋପଣ ମାମଲାରେ ଜାତୀୟ ମାନବାଧିକାର କମିସନ ଆପୋଲୋ ହସପିଟାଲ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାରେ ପୀଡ଼ିତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଏନ୍ଏଚ୍ଆର୍ସି ନିର୍ଦ୍ଦେଶ ଦେଇଛନ୍ତି । ୬ ମାସ ମଧ୍ୟରେ ପୀଡ଼ିତଙ୍କୁ ଏହି ଟଙ୍କା ପ୍ରଦାନ କରିବାକୁ କମିଶନ୍ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ କରିବାକୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍ଏଚ୍ଆରସି । ସୂଚନା ଅନୁଯାୟୀ, ୨୦୧୩ରେ ବରଗଡ଼ର ଅନୀଲ ସ୍ୱାମୀ ନାମକ ଜଣେ ବ୍ୟକ୍ତିଙ୍କୁ ଫସାଇ ଦିଆଯାଇଥିଲା। ଆପୋଲୋ ହସପିଟାଲରେ ତାଙ୍କ କିଡନୀ କାଢ଼ି ନିଆଯାଇଥିଲା। ଏହା ପରେ ୨୦୧୬ରେ ଅନୀଲ ବରଗଡ଼ ଥାନାରେ ଅଭିଯୋଗ କରିଥିଲେ । ମାମଲା ଅଧିକ ଜଟିଳ ହେବାରୁ ଏହା ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଯାଇ ପହଞ୍ଚିଥିଲା ।

LEAVE A REPLY

Please enter your comment!
Please enter your name here