ଗୋଠକେଳି ଗ୍ରାମରେ ବିବାହିତା ମହିଳାଙ୍କୁ କିରୋସିନି ଓ ଡିଜେଲ ଢ଼ାଳି ଜୀଅନ୍ତା ପୋଡିଦେଲେ,ମହିଳାଙ୍କ ଭାଇ ଦେଲେ ଥାନାରେ ଏତଲା

0
294

ମୋହନା(ନ୍ୟୁଜଏକ୍ସଟ୍ରା) ଝିଅ ଜନ୍ମ ହେବା ଯୋଗୁଁ ପ୍ରଥମେ ନିର୍ଯ୍ୟାତନା। ତା’ପରେ ପୁଅ ଜନ୍ମ ଯୋଗୁଁ ସ୍ତ୍ରୀ ଉପରେ ସନ୍ଦେହ । ଶେଷରେ ସାତଜନ୍ମକୁ ସାଥୀ ହୋଇ ହିନ୍ଦୁ ରିତୀ ନିତୀ ଅନୁସାରେ ବିବାହ କରିଥିବା ସ୍ତ୍ରୀକୁ କିରୋସିନି / ଡିଜେଲ ଢ଼ାଳି ଜୀଅନ୍ତା ପୋଡିଦେବା ଘଟଣା ଘଟିଛି ମୋହନା ଥାନା ଅନ୍ତର୍ଗତ ଗୋଠକେଳି ଗ୍ରାମରେ ।୨୦୧୬ ମସିହାରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ନାରାୟଣ ନାୟକଙ୍କ ଝିଅକୁ ମୋହନା ଥାନା ଅନ୍ତର୍ଗତ ଗୋଠ କୋଳି ଗ୍ରାମ ର କୈଲାସ ବେହେରାଙ୍କ ପୁତ୍ର ବିବାହ କରିଥିଲେ। ଉଭୟେ ବିବାହର ୧ ବର୍ଷ ପର୍ଯ୍ୟନ୍ତ ହସଖୁସିରେ ଜୀବନ ଅତିବାହିତ କରିଥିଲେ। କିନ୍ତୁ ଉଭୟଙ୍କ ପକ୍ଷରୁ ଏକ ଜନ୍ୟା ସନ୍ତାନ ୨୦୧୭ ମସିହାରେ ଜନ୍ମ ନେଇଥିଲା। ତା’ ପରେ ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ଝିଅ ଜନ୍ମକୁ ନେଇ ସ୍ୱାମୀ ମଧୁସୂଦନ ବେହେରା ସ୍ତ୍ରୀ ମାନିନୀ ବେହେରାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ଆରମ୍ଭ କରିଥିଲେ । ପୁଣି୨୦୧୯ ମସିହାରେ ମଧୁସୂଦନଙ୍କ ଔରସରୁ ଏକ ପୁତ୍ରସନ୍ତାନ ଜନ୍ମ କରିଥିଲେ ତାଙ୍କ ସ୍ତ୍ରୀ ପୁତ୍ର ସନ୍ତାନ ଜନ୍ମ ପରେ ସ୍ତ୍ରୀ ଉପରେ ସନ୍ଦେହ କରି ଏହା ମୋର ପୁଅ ନୁହେଁ ବୋଲି କହି ଆସୁଥିଲେ। ଏହା ଶହ ମଧୁସୂଦନଙ୍କ ପରିବାରର ବାପା କୈଳାସ ବେହେରା , ମାଆ ରତନୀ ବେହେରା , ଯା ସୁନା ବେହେରା , ଦେଢଶୁର ଲୋଚନ ବେହେରା , ଦିଅର ଜାରା ବେହେରା, ନଣନ୍ଦ ଜୋସ୍କା ମାଳି ମିଶି ପ୍ରତ୍ୟେକ ଦିନ ମାନିନୀ ଜୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ।ଏହିଖବର ନିଜ ଭାଇ କୁମୁଦ ନାୟକଙ୍କୁ ଫୋନ ମାଧ୍ୟମରେ ବାରମ୍ଵାର ଜଣାଇ ଆସୁଥିଲେ । ଏହି ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ମତାନ୍ତର ରହିଥିଲା। ୧୩/୦୩/୨୧ ମସିହା ଅପରାହ୍ନ ୩ଟାରେ ମାନିନୀକୁ ହାତ ଗୋଡ଼ ବାନ୍ଧିପାଟିରେ କନା ବିଣ୍ଡା ଦେଇ କିରୋସିନି/ଡିଜେଲ ପକାଇ ଜୀବନ୍ତା ମାରିଦେବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ।ସେଠି ମାନିନୀର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵର , ସୋମ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନେଇ ଭୁବନେଶ୍ଵରସ୍ଥିତ ଭାରତ ପୁର ଥାନାରେ ଏକ ଅପମୃତ୍ୟୁ ମାମଲା କେସନଂ୫୨/୨୧ ରେ ରୁଜ୍ଜୁ କରାଯିବା ସହ କ୍ୟାପିଟାଲ ମେଡ଼ିକାଲରେ ଶବ ବ୍ୟବଚ୍ଛେଦ କରାଯାଇଥିବା ମୃତ ମାନିନୀର ବଡ଼ ଭାଇ ପ୍ରମୋଦ ସାନ ଭାଇ କୁମୁଦକୁ ଜଣାଇଥିଲେ। ଏହି ଖବର ଜାଣିବାପରେ କୁମୁଦ ନିଜ ଭଉଣୀକୁ ଜିଅନ୍ତା ଜାଳି ମାରିଦେଇଥିବା ନେଇ ମୋହନା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଏନେଇ ମୋହନାଥାନା ଅଧିକାରୀ ସୁଜିତ କୁମାର ନାୟକ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଥିବା ଖବର ଲେଖିବା ପର୍ଯ୍ୟନ୍ତ ଜଣାପଡିଛି।

ରିପୋର୍ଟ :ଅଂଶୁମାନ ପଣ୍ଡା

LEAVE A REPLY

Please enter your comment!
Please enter your name here