ଗଞ୍ଜେଇ ଚୋରା ଚାଲାଣ ବେଳେ ଗାଡି ଜବତ : ୨ ଜଣ ଗିରଫ

0
249

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅଧୀନରେ ଥିବା ଅତରସିଂ ଛକ ନିକଟରେ ଆର୍ ଉଦୟଗିରି ପୁଲିସ କୁ ବଡ଼ ସଫଳତା ମିଳିଛି ଯାହା କି ଗତକାଲି ବିଳମ୍ବିତ ରାତି ସମୟରେ ଗଜପତି ଜିଲ୍ଲାରୁ ସୁଦୁର ମହାରାଷ୍ଟ୍ରକୁ ୪୫.୪୦୦ ଗ୍ରାମ ଗଞ୍ଜେଇ ଚୋରା ଚାଲାଣ ବେଳେ ଆର୍‌.ଉଦୟଗିରି ପୋଲିସ ଜବତ କରିଥିବା ସୂଚନା ମିଳିଛି । ସୂଚନା ମୂତାବକ ଅନୁସାରେ ଏହି ଘଟଣାରେ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାରୁ ପ୍ରକାଶ ଗଣତନ୍ତ୍ର ଦିବସ ଅବସରରେ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ ସହ ନାକା ପଏଣ୍ଟ ଗୁଡିକରେ ବିଭିନ୍ନ ଯାତାୟତ ଉପରେ ନଜର ରଖାଯାଇଥିବା ବେଳେ ଭୋର ସକାଳ ସମୟରେ ଆର୍‌.ଉଦୟଗରି ଥାନାର ଏସ୍‌ଆଇ ମୁକେଶ ଲାକ୍ରାଙ୍କ ନେତୃତ୍ୱରେ ଅତରସିଂ ଛକ ଠାରେ ଯାଞ୍ଚ ବେଳେ ଏମ୍‌ଏଚ୍ ୧୫ ବିଏନ୍ ୫୦୧୯ ନମ୍ବର ବିଶିଷ୍ଟ ଏକ ଇନୋଭା କାର ଗାଡିକୁ ଅଟକାଇ ଡ୍ରାଇଭର ଓ ସହଯାତ୍ରୀଙ୍କୁ ପଚରାଉଚରା କରିଥିଲେ । ଏଥିରେ ସନ୍ଦେହ ହେବାରୁ ଗାଡି ଯାଞ୍ଚ କରିଥିଲେ । ଏହିଯାଞ୍ଚ ବେଳେ ୨ଗୋଟି ଜରି ବ୍ୟାଗରେ ୪୫.୪୦୦ ଗ୍ରାମ ଚୋରା ଗଞେଇ ଥିବାର ଦେଖିବାକୁ ପାଇଥିଲେ । ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିବା ସହ କାରକୁ ଜବତ କରିଥିଲେ । ଗିରଫ ଦ୍ୱୟ ହେଲେ ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲା ପୁଲଗାଁଓ ଥାନା ଅନ୍ତର୍ଗତ ନାଚାନଗାଁଓ ପୀଠପୁରାର ମହମ୍ମଦ ସୟଦ ଅବ୍ଦୁଲ ଖାଲି ଏବଂ ହିଙ୍ଗନଘାଟ ଗ୍ରାମର ଅତିସ ରମଜାନ ପଠାଣ ବୋଲି ଜଣାପଡିଛି । ଊଭୟଙ୍କ ବିରୁଦ୍ଧରେ ଆର୍‌.ଉଦୟଗିରି ଥାନାରେ ୧୬/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବାର ଆର୍‌.ଉଦୟଗିରି ଥାନା ଅଧିକାରୀ ରବୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଏହି ଗଞ୍ଜେଇ ଜବତ ବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଆର୍‌.ଉଦୟଗରି ତହସିଲଦାର ନାରାୟଣ ବେହେରା ମଧ୍ୟ ଉପସ୍ଥିତଥିଲେ ବୋଲି ସୂଚନା ମିଳିଛି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here