ହଂସତୂଳୀ ଗ୍ରାମରେ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ବୈଠକ ଏବଂ ଗୁରୁଦିବସ ପାଳିତ

0
289

ବେଗୁନିଆପଡା : ଆଜି ପବିତ୍ର ଗୁରୁଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳି ଗ୍ରାମରେ ଏକ ଶୁଳ୍କ ମୁକ୍ତ ବେସରକାରୀ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ଗୁରୁ ଦିବସ ମଧ୍ଯ ପାଳିତ ହୋଇଯାଇଛି । ହଂସତୁଳି ଗ୍ରାମର ଗ୍ରାମବାସୀ ଏବଂ ଯୁବ ଗୋଷ୍ଠୀ, ବଦାନ୍ୟ ବ୍ୟକ୍ତିବିଶେଷ ଙ୍କ ସହଯୋଗରେ ଏହି ଲାଇବ୍ରେରୀ ପ୍ରତିଷ୍ଠା ହେବ ବୋଲି ଆୟୋଜକ ଙ୍କ ପକ୍ଷରୁ ସୂଚନା ମିଳିଛି । ରାଘବ ତାରେଣୀ ଙ୍କ ସଂଯୋଜନା ରେ ଆୟୋଜିତ ବୈଠକରେ ରେ ସଭାପତି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୁକୁନ୍ଦ ମାଧବ ସ୍ଵାଇଁ, ମୁଖ୍ୟ ଅତିଥି ଭାବେ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିପ୍ର ଚରଣ ସାହୁ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ କମ୍ୟୁନିଷ୍ଟ ନେତା
ରଙ୍କନାଥ ସ୍ଵାଇଁ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସ୍ଵାସ୍ଥ୍ଯକର୍ମୀ ଭିକାରି ଚନ୍ଦ୍ର ସେଠୀ, ଶିକ୍ଷକ କବିରାଜ ଜେନା, ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ,ଯୁବ ଶିକ୍ଷାବିତ୍ ସିତୁନୁ ପଢିଆଳି, ବିଭୁ ରଞ୍ଜନ ସାହୁ , ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ପବିତ୍ର ସ୍ଵାଇଁ, ରାଘବ ତାରେଣୀ, ମୁନା ସାହୁ, ପ୍ରଫୁଲ୍ଲ ସ୍ଵାଇଁ, ସୁନୀଲ ସାହୁ ସମେତ ହଂସତୁଳି ଗ୍ରାମର ଗ୍ରାମବାସୀ ଏବଂ ଯୁବଗୋଷ୍ଠୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ଅତିଥି ମାନେ ନିଜ ନିଜ ର ବକ୍ତବ୍ୟରେ ଆୟୋଜକ ଯୁବଗୋଷ୍ଠୀ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏବଂ ବହି କେମିତି ସଂଗ୍ରହ ହେବ ସେ ନେଇ ମଧ୍ଯ ଆଲୋଚନା ହୋଇଥିଲା ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here