ଶାସକ ଦଳ ଉପରେ ବର୍ଷିଲେ ବିଜେପି ନେତ୍ରୀ ଲେଖାଶ୍ରୀ; ତୃଣମୂଳ ସ୍ତରରେ ବୃଦ୍ଧି ହେବ ସଂଘଠନ

0
291

ଭଞ୍ଜନଗର : ଦୁଇ ଦିନିଆ ଘୁମୁସର ଜିଲ୍ଲା ଗ୍ରସ୍ତରେ ଆସିଥିବା ରାଜ୍ୟ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଘୁମୁସର ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଅଂଚଳର ସମସ୍ୟା ବୁଝିବା ସହିତ ବୁଥ ସ୍ତରୀୟ ସଙ୍ଗଠନକୁ ମଜୁବୁତ କରିବା ପାଇଁ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥି ସହିତ ଶନିବାର ସନ୍ଧ୍ୟାରେ ଭଂଜନଗରରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ୨୨ବର୍ଷ ଧରି ଚାଲିଥିବା ବିଜେଡ଼ି ସରକାର ର ଶାସନ ବ୍ୟବସ୍ଥାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଶାସକ ଦଳ ଉପରେ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଦୁର୍ନୀତି ରେ ରାଜ୍ୟରେ ଏକ ନମ୍ବର। ଅଧିକାଂଶ କେନ୍ଦ୍ରୀୟ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ଶାସକ ଦଳର ନେତା ଓ ଅଫିସର ମାନେ ଏହି ଦୁର୍ନୀତିରେ ଜଡିତ ହେଉଛନ୍ତି। ଭାଜପା ସାଂଘାଠନିକ ସ୍ଥିତି ରାଜ୍ୟରେ ବହୁତ ସୁଦୃଢ କିନ୍ତୁ ବିଜେଡି ସରକାର ନିର୍ବାଚନ ସମୟରେ ପ୍ରଶାସନିକ କଳକୁ ବ୍ୟବହାର କରି ନିର୍ବାଚନ ବିଜୟ ହେଉଛି। ସେହିଭଳି ଭଞ୍ଜନଗର ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରହି ମଧ୍ୟ ଭଞ୍ଜନଗର ଉପଖଣ୍ଡରେ ୫କୋଟି ୫୬ ଲକ୍ଷ ଟଙ୍କା ବ୍ୟୟରେ ୧୪ଟି ମେଗା ଉଠାଜଳସେଚନ ପ୍ରକଳ୍ପ ଉଦ୍ଘାଟନ ହୋଇ ମଧ୍ୟ କାର୍ଯ୍ୟରେ ଆସୁନି। ଭଞ୍ଜନଗର ସହରରେ ମାର୍କେଟ କମ୍ପ୍ଲେକ୍ସ ଗୃହକୁ ଟେଣ୍ଡର ପ୍ରକ୍ରିୟାରେ ଦିଆନଯାଇ ଦଳୀୟ କର୍ମୀ ଓ ସମ୍ପର୍କୀୟ ଲୋକଙ୍କୁ ବାଣ୍ଟିଛନ୍ତି ମନ୍ତ୍ରୀ ବିକ୍ରମ ଆରୁଖ। ଆବାସ ଯୋଜନାରେ ଦୁର୍ନତି,ଶାଗ ମାଛ ଦରରେ ସରକାର ଟାଟା ପାୱାର କୁ ବିଦ୍ୟୁତ ସେବା ଦେବା ଫଳରେ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ,ବନୀକରଣ ନାରେ କୋଟି କୋଟି ଟଙ୍କା ହଡପ, ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଥିବା ମେଡିକାଲରେ ଡାକ୍ତର ଅଭାବ,ଗାଲେରୀ-ବଦାଙ୍ଗି ଓ ଜାମଗେରେଡା – ଗେରେଡା ରାସ୍ତା ଅବସ୍ଥା ଶୋଚନୀୟ,ମଣ୍ଡି ରେ ଅବ୍ୟବସ୍ଥା,ଆସିକା ଚିନିକଳ ବନ୍ଦ ଥିବା ଯୋଗୁଁ ଚାଷୀ ହତାଶ,କାମ ଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ।ଏଭଳି ଭାବେ ଘୁମୁସର ଜିଲ୍ଲାରେ ଥିବା ସମସ୍ତ ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ଲେଖାଶ୍ରୀ। ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ,ରାଜ୍ୟ ଉପସଭାନେତ୍ରୀ ଅନିତା ସୁଭଦର୍ଶନୀ, ବିଧାୟକ ପ୍ରାଥି ପ୍ରଦ୍ୟୁମ୍ନ ନାୟକ,ପ୍ରଦୀପ ସାହୁ,ବିନାୟକ ତ୍ରିପାଠୀ, ସନ୍ତୋଷ ତିଆଡି, ବିଷ୍ଣୁ ପ୍ରଧାନ,ସନ୍ତୋଷ ପାଳ,ନୀଳମାଧବ ପାତ୍ର, ମହେଶ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here