ଛାତ୍ରାବାସର ଅନିୟମିତତା ନେଇ ବିଦ୍ୟାଳୟ ର୪୫ଛାତ୍ର ରାତାରାତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ

0
271

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆର୍ ଉଦୟଗିରି ବ୍ଳକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ଗ୍ରାମ ରେ ଥିବା କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ର ୪୫ଜଣ ଛାତ୍ର ଆଜି ସକାଳୁ ସକାଳୁ ସେମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା କୁ ନେଇ ରାତାରାତି ମହେନ୍ଦ୍ର ଗଡ଼ ଗ୍ରାମ ରୁ ଏକ ସ୍ବତନ୍ତ୍ର ବସ ଯୋଗେ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ଭେଟି ଥିଲେ ଏବଂ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ସେମାନଙ୍କ ଅଭାବ ଅସୁବିଧା ବିଷୟରେ ଅଭିଯୋଗ ପ୍ରଦାନ କରିଥିଲେ। ଯାହା କି ସେମାନଙ୍କ ନିକଟରୁ ସୁଣିବାକୁ ମିଳିଥିଲା ପିଲାଙ୍କ ଛାତ୍ର ବାସରେ ଅନିୟମିତତା ଏବଂ ଖାଦ୍ୟପେୟର ଅଭାବକୁ ନେଇ ଅନ୍ତେବାସୀମାନେ ଆଜି ଗଜପତି ପ୍ରଶାସନର ଦ୍ୱାରସ୍ଥ ହେବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଭାବେ ଅଭିଯୋଗ ପତ୍ର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରିଥିବାର ଜଣାପଡିଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏନେଇ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉଭୟ ଅଧିକାରୀ ପ୍ରଥମେ ଏହି ଅନ୍ତେବାସୀମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରି ସେମାନଙ୍କ ସହ ସମ୍ପୃକ୍ତ ଛାତ୍ରାବାସକୁ ଯାଇଥିଲେ । ଛାତ୍ରାବାସରେ ନିଦ୍ଧିଷ୍ଟ ଅନୁଯାଇ ପାନୀୟ ଜଳ, ଖାଦ୍ୟପେୟ ଓ ଆବଶ୍ୟକ ଜିନିଷପତ୍ର ମିଳୁ ନାହିଁ । ଏହି ଛାତ୍ରାବାସରେ ବର୍ତ୍ତମାନ ୧୦୦ଜଣ ଅନ୍ତେବାସୀ ରହିଛୁ । ସ୍ନାନ, ଶୌଚ ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ଜଣାଇଥିଲେ । ଖରା ଦିନରେ ଜଳ ସମସ୍ୟା ଯୋଗୁଁ ବହୁ ଦୁଃଖ କଷ୍ଟ ସହିବାକୁ ପଡୁଛି । ସେହିପରି ଛାତ୍ରାବାସକୁ ଆସୁଥିବା ଅତ୍ୟାବଶ୍ୟକ ସାମଗ୍ରୀର ବାଟମାରଣା ମଧ୍ୟ ହେଉଛି । ଛାତ୍ରାବାସର ଦୁଇ ଅସାଧୁ କର୍ମଚାରୀ ଏହା ବାଟମାରଣା କରି ବଜାରରେ ବିକ୍ରି କରିଦେଉଛନ୍ତି । ସେହିପରି ଦଶମ ଶ୍ରେଣୀର ସାହିତ୍ୟ ଶିକ୍ଷକ ସରକାରଙ୍କ ତରଫରୁ ଆସୁଥିବା ମାଗଣା ବହି ଗୁଡିକୁ ସ୍ୱଇଛାରେ ଛାତ୍ରମାନଙ୍କୁ କୌଶଳକ୍ରମେ ବିକ୍ରି କରି ଦେଉଛନ୍ତି । ଏହା ସହ ଛାତ୍ରବାସ ପରିସରରେ ରହିଥିବା ବଗିଚାର ପରିବା ଗୁଡିକୁ ମଧ୍ୟ ଶିକ୍ଷକ ଓ କର୍ମଚାରୀମାନେ ନେଇଯାଉଛନ୍ତି । ଛାତ୍ରାବାସର ଏହି ଅଭିଯୋଗକୁ ନେଇ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ଏବଂ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କୁ ଆଜିହିଁ ତୁରନ୍ତ ସମ୍ପୃକ୍ତ ଛାତ୍ରାବାସକୁ ଗ୍ରସ୍ତକରି ବିହିତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ପରେ ଉଭୟ ଅଧିକାରୀ ସେଠାରେ ପହଞ୍ଚି ସବୁକିଛି ଅନୁଧ୍ୟାନ କରିବା ସହ ଛାତ୍ରମାନଙ୍କ ଅଭିଯୋଗ ନେଇ ଆବଶ୍ୟକୀୟ ତଦନ୍ତ କରିଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ଘଟଣା ନେଇ କହିଛନ୍ତି, ଛାତ୍ରାବାସରେ ସମସ୍ତ ବିଷୟବସ୍ତୁ ଅନୁଧ୍ୟାନ କରିଏହାର ବିଷୟରେ ରିପୋର୍ଟ ପ୍ରସ୍ତୁତ କରି ଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here