ଜିନ୍ଦଲ ସ୍ଵାର୍ଥରେ ପୋଲିସ ଦମନଲୀଳା ବନ୍ଦ କରିବା ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

0
250

ବ୍ରହ୍ମପୁର: ସଂଯୁକ୍ତ କିଶାନ୍‌ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଆଜି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ସମ୍ମୁଖରେ ପ୍ରତିବାଦ କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଜି ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆ ଠାରେ ଜିନ୍ଦଲ କମ୍ପାନୀର ପ୍ରସ୍ତାବିତ ଇସ୍ପାତ ଓ ଶକ୍ତି ପ୍ରକଳ୍ପ ପାଇଁ ସରକାର ହଜାର ହଜାର ଏକର ଉର୍ବର ଜମିକୁ ଦେଇଦେବାକୁ ଯାଉଛି। ଏହିକ୍ରମରେ ଗତ କିଛି ମାସ ଧରି ସେଠାରେ ବ୍ୟାପକ ସଶସ୍ତ୍ର ପୋଲସ ମୁତୟନ କରିବା ସହିତ ଏକ ଯୁଦ୍ଧ ବାତାବରଣ ପରିସ୍ଥିତି ସୃଷ୍ଟି କରିଛି । ଗତ ଏକ ମାସରୁ ଉର୍ଦ୍ଧ ସମୟ ଧରି ଢ଼ିଙ୍କିଆ ଗାଁକୁ ଚାରିପଟୁ ଘେରି ତିନୋଟି ବଡ଼ ପୋଲିସ୍‌ କ୍ୟାମ୍ପ୍‌ କରିବା ସହିତ ଗ୍ରାମବାସୀଙ୍କ ବାହାରକୁ ଯିବା ଆସିବା ଉପରେ କଟକଣା ଜାରୀ କରିଥିଲେ। ଲୋକଙ୍କ ବଂଚିବାର ଏକ ବଡ଼ ସମ୍ବଳ ରୂପେ ପରଚିତ ପାନବରଜକୁ ଯିବାକୁ ଦେଉନଥିଲେ। ଏପରିକି ପୋଲିସ ଭୟରେ ଲୋକେ ଦେହ ଖରାପ ହେଲେ ବି ପାଖ ମେଡ଼ିକାଲକୁ ଯିବା ସମ୍ଭବ ହେଉନଥିଲା। ତେବେ ଗତ ୧୪ ତାରିଖରେ ସରକାରଙ୍କ ପକ୍ଷରୁ ହଜାରରୁ ଉର୍ଦ୍ଧ ପୋଳିସକୁ ଗାଁରେ ଜବରଦସ୍ତ ପୁରାଇ ପିଲା, ମହିଳାଙ୍କ ସମେତ ସମସ୍ତଙ୍କ ଉପରେ ଉପରେ ଯେଉ ଆକ୍ରମଣ ଓ ଅସଦାଚରଣ କରି ସେମାନଙ୍କୁ ଲାଠି ପ୍ରହାର କରି ଲହୁଲୁହାଣ କରାଗଲା, ତାହା ବ୍ରିଟିଶ ସମୟର ଜୁଲମୁ ଠୁ ବଳିଯାଇଛି। ଆନ୍ଦୋଳନର ଚାରି ଜଣ ନେତାଙ୍କୁ ଅନ୍ୟାୟପୂର୍ଣ୍ଣ ଭାବେ ଗିରଫ କରିବା ସହିତ ସେମାନଙ୍କୁ ଥାନାରେ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଛି। ରାଜ୍ୟ ସରକାର କମ୍ପାନୀର ଦଲାଲ ଭାବେ କାର୍ଯ୍ୟ କରି ପୋଲିସକୁ ପେଶାଦାର ଅପରାଧି ଭାବେ କାର୍ଯ୍ୟ କରିବାକୁ ନିୟୋଜିତ କରିବା ଅତ୍ୟନ୍ତ ଦୁଭାଗ୍ୟର ବିଷୟ। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ହସ୍ତକ୍ଷେପ କାମନା କରିବା ସହ ରାଜ୍ୟର ସ୍ବାର୍ଥରକ୍ଷା ପାଇଁ ଏହି ଦାବି ଉପସ୍ଥାପନ କରିଥିଲେ । ଢ଼ିଙ୍କିଆରେ ମୃତୟନ ପୋଲିସ ଫୋର୍ସକୁ ତୁରନ୍ତ ପ୍ରତ୍ୟାହାର ଓ ପୋଲିସ ଦ୍ବାରା ମିଛ କେଶ୍‌ରେ ଗିରଫ ଆନ୍ଦୋଳନର ନେତା ଓ କର୍ମୀଙ୍କୁ ତୁର ବିନା ସର୍ତରେ ଖଲାସ, ଅମାନୁଷିକ ଦମନଲୀଳାରେ ସମ୍ପକ୍ତୃ ସବୁ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଗିରଫ କରିବା, ଚାଷୀଙ୍କୁ ସେମାନଙ୍କ ପାନବରଜ ଓ ଭିଟାମାଟିରୁ ବଳପୂର୍ବକ ଉଚ୍ଛେଦ ବନ୍ଦ କରିବା, ଜିନ୍ଦଲର ପ୍ରସ୍ତାବିତ ପ୍ରକଳ୍ପକୁ ତୁରନ୍ତ ବାତିଲ କରିବା ଆଦି ଉଲ୍ଲେଖନୀୟ । ଏହି ପ୍ରତିବାଦରେ ସଂଯୁକ୍ତ କୃଷକ ମୋର୍ଚ୍ଚା ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ଭlଲଚନ୍ଦ୍ର ଷଡ଼ଙ୍ଗୀ, ଶଙ୍କର ସାହୁ ଏବଂ ଜିଲ୍ଲାର ଏନ. ନାରାୟଣ ରେଡ୍ଡୀ,ପି. ହରିକୃଷ୍ଣ ରେଡ୍ଡୀ, ଗୋପାଳ ପାଣିଗ୍ରାହୀ, ଅବନୀ ଗୟା, ନାନ୍ଦେସୁ ସେନାପତି, ପି. ପାର୍ବତୀ, ସୋମନାଥ ବେହେରା, ନିରାକାର ନାୟକ, ସୁଦର୍ଶନ ସ୍ୱାଇଁ, ମନୋଜ ତରାଇ, ଗଗନ ଚନ୍ଦ୍ର ମଲ୍ଲିକ, ଶିବରାମ ସାହୁ, ମଧୁସୂଦନ ସେଠୀ, ଶିବାନୀ ଶଙ୍କର ମିଶ୍ର, ସୁବାସ ସେଠୀ, ମୋହନ ରାଓ, ମଧୁ ସୂଦନ ଦାଶ, ଲକ୍ଷ୍ମୀ ନୃସିଂହ ରଥ ଆଦି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here