ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
455

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡାର ନର୍ସରୀ ଠାରେ ବିଜେପି ନନ୍ଦାହାଣ୍ଡି ମଣ୍ଡଳ ସଭାପତି ପ୍ରଶାଦ ଷଡ଼ଙ୍ଗୀ ଅଧ୍ୟକ୍ଷତାରେ ନନ୍ଦାହାଣ୍ଡି ମଣ୍ଡଳ ସୂରୀୟ କାର୍ଯ୍ୟକାରିଣୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ସଭାପତି ଜଗଦୀଶ ବିଷଈ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରି ଶଙ୍କର ମାଝା ବୈଠକରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ଠାରୁ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ କିପରି ଦଳ ଜିତିପାରିବ ସେନେଇ ସମସ୍ତଙ୍କୁ ପ୍ରସ୍ତୁତ ରାହିବାକୁ ଆହ୍ବାନ ଦେଇଥିଲେ । ଆଜିର କାର୍ଯ୍ୟକାରିଣୀ ବୈଠକ ମାଳିଗୁଡାର ସାହେବ ବିଷୋୟୀ , ମୁନିଗୁଡ଼ିର ଡମୁ ଅମନାତ୍ୟ ଓ ସମନାଥ ସାହୁ , ଖୁଣ୍ଡିଆର ଡମୁ ପୁଜାରୀ ଓ କମଲଚନ ପୁଜାରୀ , ସିନ୍ଧିଗୁଡାର ସୁନିଲ ପୁଜାରୀଙ୍କ ସହ ୧୫ ଜଣ ବିଜେଡ଼ି ଓ କଂଗ୍ରେସର ସକ୍ରିୟ କର୍ମୀ ନିଜ ନିଜର ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ବୈଠକରେ ଜିଲ୍ଲା ଉପସଭାପତି ସନାତନ ତ୍ରିପାଠୀ , ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶଙ୍କର ପ୍ରସାଦ ଷଡ଼ଙ୍ଗୀ , ଡଙ୍ଗରଭେଜା ମଣ୍ଡଳ ସଭାପତି କୃଷ୍ଣ ନାୟକ , ସାଧାରଣ ସମ୍ପାଦକ ରାମ ବିଷୟି ଓ ଶ୍ରୀନିବାସ ସତପଥୀ , ଆଦିବାସୀ ମର୍ଚାର ସାଧାରଣ ସମ୍ପାଦକ ଡମୁ ନାୟକ , ନବରଙ୍ଗପୁର ଯୁବ ମୋର୍ଚ୍ଚାର ସଭାପତି ଭିକି ଜେନା , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମଣ ନାୟକ , ଗୋପି ଅମନାତ୍ୟ , ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here