ଗଜପତିନଗର ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ

0
216

ବ୍ରହ୍ମପୁର:ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର, ଗଜପତିନଗରଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି। ବିଦ୍ଯାଳୟର ସଭାପତି ରାମପ୍ରସାଦ ପଟ୍ଟନାୟକଙ୍କ ସଭପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷୟିତ୍ରୀ ଜ୍ଯୋତ୍ସ୍ନାରାଣୀ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନୀ ଲୀଳାମୃତ କହିଥିଲେ।ପ୍ରଧାନାଚାର୍ଯ୍ଯ ସୁନୀଲ୍ କୁମାର ଗୌଡ଼ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବାସହିତ ବ୍ରହ୍ମଲୀନ ପୂଜ୍ଯ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିଚାରଣ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦନା ପ୍ରାର୍ଥନା ତଥା ଭଗବାନ କୃଷ୍ଣଙ୍କୁ ବନ୍ଦାପନା କରାଯାଇଥିଲା।ଇତ୍ଯବସରରେ ନବମ ଶ୍ରେଣୀ ଛାତ୍ରୀ ସ୍ମୃତି ପାଣିଗ୍ରାହୀ ଓ ଅଙ୍କିତା ସାହୁ ନୃତ୍ୟ ପରିବେଷଣ କରିଥିଲେ।ଫାଲଗୁନୀ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଇନ୍ଦିରା ମିଶ୍ର ପରିଚୟ ଓ ମମତା ପାତ୍ର ଧନ୍ୟବାଦାର୍ପଣ କରିଥିଲେ।ଏଥିରେ ପୂର୍ବତନ ସଭାପତି ପ୍ରଫେସର ଡ:ରଘୁନାଥ ପାଢ଼ୀ ଶର୍ମା ଓ ସଦସ୍ୟା ସରିତା ସାହୁ ତଥା ବିଦ୍ଯାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here