ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖା ପକ୍ଷରୁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

0
250

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭଣ୍ଡାରୀ ସାହିରେ ଉତ୍କଳ ହିତ୍ୟେସିଣୀ ସମାଜ’ର ସମ୍ମିଳନୀ କକ୍ଷଠାରେ ଗତକାଲି ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଏକ ଜରୁରୀ ତଥା ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଥିଲା ଏହି ଅବସରରେ ଉତ୍କଳ ସମ୍ମିଳନୀର ଜିଲ୍ଲାଶାଖା ସଭାପତି ଗୁରୁ ଗୌରବ ଶ୍ରୀ ଗୌରଚନ୍ଦ୍ର ପଣ୍ଡା’ଙ୍କ ସଭାପତିତ୍ୱ’ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ’ରେ ଉକ୍ତଳ ସମ୍ମୀଳନୀ’ର ରାଜ୍ୟ ଉପସଭାପତି ଉପାନ୍ତ-ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଜିଲ୍ଲା ଶାଖା’ର କାର୍ଯ୍ୟକାରୀ ସଭାପତି ଶ୍ରୀ ଭାରତ ଭୂଷଣ ମହାନ୍ତି ଏବଂ ସମ୍ପାଦକ ଶ୍ରୀ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚଆସିନ ଥିଲେ । ଏହି ବୈଠକରେ ମୁଖ୍ୟ ଉଦ୍ଦେଶ୍ୟ ହେଲା ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି’ଙ୍କ ବିରୋଧରେ ଅତ୍ୟନ୍ତ କଟୁ-ମନ୍ତବ୍ୟ ଭାଷା ଦେଇ କୋରାପୁଟ ଜିଲ୍ଲା ଜୟପୁର ସହର’ର ଦୁଇଜଣ ଲେଖକ ତାଙ୍କ ରଚିତ ପୁସ୍ତକରେ ମହାରାଜା’ଙ୍କୁ ବ୍ରିଟିଶ ସରକାର’ଙ୍କ ଚାଟୁକାର ଥିଲେ , ଭଳି ବହୁ ଅପମାନ ଜନକ ବାକ୍ୟ ଓ ଶବ୍ଦ ବ୍ୟବହାର କରି ତାହା ଲେଖି ମୁଦ୍ରଣ କରିଥିବା ଯୋଗୁଁ ତାର ଉପରେ ଅଭିଯୋଗ କରି ସେ ନିିିମନ୍ତେେ ଘୋର ନିନ୍ଦା ଏବଂ ପ୍ରତିବାଦ କରା ଯାଇଥିଲା । ଅପରପକ୍ଷରେ ଏହି ପ୍ରତିବାଦ’ର ସ୍ୱର’କୁ ଆହୁରି ଅଧିକ ବ୍ୟାପକ କରିବା ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରତିବାଦ ସଭା’ର ଆୟୋଜନ ସହିତ ବିକ୍ଷୋଭ କରିବା ପାଇଁ କାାାର୍ଯ୍ୟକ୍ରମ ରେ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା । ଏହା ସହିତ ଏହା ବିରୋଧରେ ସ୍ଥାନୀୟ ଜିଲ୍ଲା କୋର୍ଟ’ରେ ଏକ ମାନହାନି ମକଦ୍ଦମା ଜିଲ୍ଲା ଉତ୍କଳ ସମ୍ମିଳନୀ ଓ ଉତ୍କଳ ହିତେଇସିଣୀ ସମାଜ ପକ୍ଷରୁ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା । ଏଥିପାଇଁ ୧୫ ଜଣିଆ ଏକ କମିଟି ମଧ୍ୟ ମନୋନୀତ କରା ଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ଅନାଦି ପାଣିଗ୍ରାହୀ , ହରି ମୋହନ ପଟନାୟକ , ଜଗଦୀଶ ମହାପାତ୍ର , ଡ଼ଃ କଲ୍ୟାଣୀ ମିଶ୍ର , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀ ସତ୍ୟ ନାରାୟଣ ମହାରଣା , ଶ୍ରୀ ଶ୍ୟାମ ସୁନ୍ଦର ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି ଆଲୋଚନା’ରେ ଅଂଶଗ୍ରହଣ କରିଥିଲେ ।
ଶେଷରେ ଶ୍ରୀମତୀ ମିନା କୁମାରୀ ଟହଲ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟା ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here