ଟିକା ନେବା ଲାଗି ଠେଲା ପେଲା,ଭୂଲି ଗଲେ ସାମାଜିକ ଦୂରତା ,୩ ଆହାତ

0
276

କବିସୂର୍ଯ୍ୟନଗର : ଲୋକେ କରୋନାରୁ ବର୍ତ୍ତିବା ପାଇଁ ଟିକା କେନ୍ଦ୍ର ଆଗରେ ଟିକା ନେବା ପାଇଁ ରୁଣ୍ଡ ହେଉଥିବା ବେଳେ ପ୍ରଶାସନର ଟିକା କେନ୍ଦ୍ର ଆଗରେ କୌଣସି ବ୍ୟବସ୍ଥା କରିନଥିବା କାରଣରୁ ଜନସାଧାରଣ ହଇରାଣ ହେବା ସହ କରୋନା ର ବାହକ ସାଜୁଛନ୍ତି l ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ କରୋନା ଟିକା ନେବାଲାଗି ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ରୁଣ୍ଡ ହୋଇଥିବା ଲୋକଙ୍କ ଲାଗି ପାନୀୟ ଜଳ, ବାରିକେଟ ଭଳି କୌଣସି ବ୍ୟବସ୍ଥା କରାଯାଇ ନାହିଁ l ଯାହାରୀ ଫଳରେ ଲୋକମାନେ ଟିକା ନେବାଲାଗି ଆସି ସାମାଜିକ ଦୂରତାକୁ ଭୁଲି ଠେଲା ପେଲା ହୋଇ୩ ଜଣ ମହିଳା ଆହାତ ହୋଇଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଟିକା କେନ୍ଦ୍ର ଆଗରେ ପୋଲିସ ରହିଥିଲେ ମଧ୍ୟ କୌଣସି କାର୍ଯ୍ୟ କରୁନଥିବା ଲୋକମାନେ ଅଭିଯୋଗ କରିଛନ୍ତି l ସେପଟେ ଟିକା କେନ୍ଦ୍ରରେ ମାତ୍ର ଏକ ହଜାର ଡୋଜ୍ ଟିକା ମହଜୁଦ ଅଛି l ଲୋକଙ୍କୁ ଟିକା ଦିଆଯାଉଛି l ଭିଡ ନିୟନ୍ତ୍ରଣ ଲାଗି ପୋଲିସ କୁ କୁହାଯାଇଛି ଏବଂ ଭିଡ ନିୟନ୍ତ୍ରଣ କରିବା ଆମପକ୍ଷେ ସମ୍ଭବ ହେଉନାହିଁ ବୋଲି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ କହିଛନ୍ତି l

ରିପୋର୍ଟ :ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here