ଭଞ୍ଜନଗର ର ଦୁଇ ଗୁରୁ କାଳୁଚରଣ ସାହୁ ଏବଂ ନାରାୟଣ ମହାରଣା ପାଇବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର

0
235

ଭଞ୍ଜନଗର : ଓଡ଼ିଶା ସଙ୍ଗୀତ ନାଟକ ଏକ‌ାଡେମିି ପୁରସ୍କାର ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରୁ ଦୁଇଜଣ କଳାକାର ପାଇବେ ବୋଲି ଜଣାପଡ଼ିଛି। ୨୦୧୯ ଏବଂ ୨୦୨୦ ଦୁଇ ବର୍ଷ ପାଇଁ ନୃତ୍ୟ ସଙ୍ଗୀତ ଓ ନାଟ୍ୟକଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା କଳାକାରଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ଏବଂ ‘ଏକାଡ଼େମି ପୁରସ୍କାର’ ପାଇଁ ନାମ ଘୋଷଣା କରାଯାଇଛି। ପଶୁମୁଖା ନୃତ୍ୟଗୁରୁ ତଥା ସଂସ୍କୃତିରତ୍ନ ନାରାୟଣ ମହାରଣାଙ୍କୁ ୨୦୨୦ ପାଇଁ ‘ଲୋକନୃତ୍ୟ’ ପୁରସ୍କାର ପ୍ରଦାନ କରାଯିବାକୁ ଥିବା ବେଳେ ୨୦୧୯ ପାଇଁ ଲୋକନୃତ୍ୟ ବିଭାଗରେ ଭଞ୍ଜନଗର ଉପକଣ୍ଠ ଶାଳୁଆପଲ୍ଲୀ ଗ୍ରାମର ସଖୀନାଟ ଗୁରୁ କାଳୁ ଚରଣ ସାହୁଙ୍କ ନାମ ଘୋଷଣା ହୋଇଛି। ଉଭୟ କଳାକାର ନିଜ ନିଜ ନୃତ୍ୟକଳା ମାଧ୍ୟମରେ ଗଞ୍ଜାମ ମାଟିର ସମ୍ମାନ ବଢ଼ାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ବିଶେଷ କରି ଘୁମୁସର ମାଟିର ପ୍ରତୀକ ଭାବେ ପଶୁମୁଖା ନୃତ୍ୟକଳାକୁ ବିଶ୍ବ ଦରବାରରେ ପହଞ୍ଚାଇଥିବା ନୃତ୍ୟଗୁରୁ ନାରାୟଣ ମହାରଣାଙ୍କୁ ଏହି ପୁରସ୍କାର ମିଳିଥିବାରୁ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଖୁସିର ଲହରୀ ଖେଳିଯାଇଛି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉଭୟଙ୍କୁ ଏହି ପୁରସ୍କାର ଆସନ୍ତା ୩୦ ତାରିଖ ଦିନ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପ ଠାରେ ପ୍ରଦାନ କରାଯିବ। ବ୍ଲକ୍ କଳାକାର ସଂଘ ସମ୍ପାଦକ ଜଗଦୀଶ ପାଣିଗ୍ରାହୀ ଙ୍କ ସମେତ ଅଞ୍ଚଳର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here