ଅଭିଯୋଗକାରୀଙ୍କ ମତାମତ ଅନୁଯାୟୀ ଥାନାକୁ ମିଳିବ ରିପୋର୍ଟ କାର୍ଡ

0
657

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଡିଜିପିଙ୍କ କ୍ୟାମ୍ପ ଅଫିସରେ ‘ମୋ ସରକାର’କୁ ନେଇ ରାଜ୍ୟ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅବସରରେ ପୁଲିସ୍ ଡିଜି ବି.କେ.ଶର୍ମା ସୂଚନା ଦେଇଛନ୍ତି ଯେ, ଅଭିଯୋଗକାରୀଙ୍କ ମତାମତ ଆଧାରରେ ପ୍ରତିଟି ପୁଲିସ୍ ଥାନାର ରିପୋର୍ଟ କାର୍ଡ ପ୍ରସ୍ତୁତ ହେବ। ଏଥିନିମନ୍ତେ କଲ୍ ସେଣ୍ଟରରୁ ଫୋନ୍ କରି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ମତାମତ ସଂଗ୍ରହ କରାଯିବ। ପୋଲିସ ଥାନାରେ ଅଭିଯୋଗକାରୀଙ୍କ ପ୍ରତି ସେମାନଙ୍କ ବ୍ୟବହାର କିଭଳି ଓ ତଦନ୍ତରେ ଅଭିଯୋଗକାରୀ କେତେ ସନ୍ତୁଷ୍ଟ ସେନେଇ ପୋଲିସକୁ ମାର୍କ ଦେବେ ଅଭିଯୋଗକାରୀ । ଅଭିଯୋଗକାରୀଙ୍କୁ ପୋଲିସର ଥାନାରେ ବ୍ୟବହାର, ଦକ୍ଷତା ଓ ତଦନ୍ତର ଦିଗକୁ ନେଇ ୫ଟି ପ୍ରଶ୍ନ ପଚାରାଯିବ । ପ୍ରତି ପ୍ରଶ୍ନରେ ୧ ରୁ ୫ ମାର୍କ ଦେବେ ଅଭିଯୋଗକାରୀ । ଏହା ହିଁ ଥାନା ବାବୁଙ୍କ ଦକ୍ଷତା ମାପିବ । କଲ୍ ସେଣ୍ଟରରୁ ଫୋନ୍ କରି ପୁଲିସ୍ ବାବୁମାନେ ଆଉ ଅଭିଯୋଗକାରୀଙ୍କୁ ଧମକ ଦେଇ ପାରିବେନି କି ଲାଲି ଆଖି ଦେଖାଇ ପାରିବେନି। ଏଥିପାଇଁ ଆଜି ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଜିଲ୍ଲାର ୨ ଜଣ ଲେଖାଏ ମାଷ୍ଟର୍ ଟ୍ରେନ୍ର ଯୋଗ ଦେଇଛନ୍ତି। ପ୍ରଶିକ୍ଷଣରେ ଥାନାରେ ଲୋକଙ୍କୁ ଆଚାର ବ୍ୟବହାର ସହ ୮ଟି ଦିଗ ଉପରେ ଗୁରୁତ୍ବ ଦିଆଯାଉଛି। ଥାନା ଅଧିକାରୀ,ଏସ୍ପି ଓ ଅତିରିକ୍ତ ଏସ୍ପି ପଦସ୍ଥ ଅଫିସର୍ଙ୍କୁ ଏହି ଟ୍ରେନର୍ ପ୍ରଶିକ୍ଷଣ ଦେଉଛନ୍ତି।

LEAVE A REPLY

Please enter your comment!
Please enter your name here