ମୋହନାରୁ ଦିଲ୍ଲୀକୁ ଚାଲାଣ ହେଉଥିଲା ଗଞ୍ଜେଇ:୪ ଗିରଫ

0
289

ବ୍ରହ୍ମପୁର:ଗଜପତି ଜିଲ୍ଲାର ମୋହନାରୁ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ବେଳେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରପଡି ୪ ଗିରଫ ହୋଇଥିବା ସୂଚନା ମିଳିଛି।ସୂଚନା ପ୍ରକାରେ,ଆଜି ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଦିଲ୍ଲୀକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେବ ବୋଲି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏଏସଆଇ ବ୍ରଜବିହାରୀ ନାୟକଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ଡେ଼ପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଡେପୁଟି ସୁପରିଟେଣ୍ଡେଣ୍ଟ କୁବେରୀ ସେଠୀଙ୍କ ତତ୍ତ୍ୱାବଧାନରେ ଆଜି ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତ ଓ ବିଭାଗୀୟ କର୍ମୀଚାରୀମାନେ ଫାଷ୍ଟଗେଟ୍ ନିକଟରେ ଛପି ରହିଥିଲେ ।ଏବଂ ମିଳିଥିବା ସୂଚନା ପ୍ରକାରେ ଗଞ୍ଜେଇ ଭର୍ତ୍ତି ଥିବା ଏକ ମାରୁତି ୱାଗନର କାରର ପିଛା କରିଥିଲେ ।ଅବକାରୀ ବିଭାଗ ପିଛା କରୁଥିବା ଖବର ଗଞ୍ଜେଇ ମାଫିଆ ମାନେ ଜାଣିଯାଇଥିଲେ ।ଫଳରେ ସେମାନେ ଦ୍ରୁତ ଗତିରେ ଗାଡି ଚଲାଇଥିଲେ । କିନ୍ତୁ ଗୋପାଳପୁର ଜନକ୍ସନ ନିକଟରେ ଅବକାରୀ ଗୁଇନ୍ଦା ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ।ସେମାନଙ୍କ ନିକଟରୁ ୧୦୦କିଲୋ ଗଞ୍ଜେଇ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।ଗିରଫ ଅଭିଯୁକ୍ତ ମାନେ ହେଲେ ଦିଲ୍ଲୀର ମହସିନ୍ ଆଂସାରୀ,ଉତ୍ତରପ୍ରଦେଶର ଜିତେନ୍ଦ୍ର କୁମାର,ଗଜପତି ଜିଲ୍ଲାର ସୋମନାଥ ରଇତ ଓ ବିନ୍ଧନ ସିଂ । ସୂଚନାଯୋଗ୍ୟ ଯେ, ଆଜି ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ (ଡ଼ିଏଲ୪ସିଏଏମ୨୧୩୩)ନମ୍ବର ବିଶିଷ୍ଟ ଏକ ଧଳାରଙ୍ଗର ମାରୁତି ୱାଗନର କାରରେ ଦିଲ୍ଲୀକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେବ ବୋଲି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ନିକଟରେ ଖବର ପହଞ୍ଚିଥିଲା ।ଉକ୍ତ ସୂଚନା କ୍ରମେ ଅବକାରୀ ଗୁଇନ୍ଦା ବିଭାଗୀୟ କର୍ମଚାରୀ ମାନେ ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ଛପି ରହି ଉକ୍ତ କାରର ଗତିବିଧି ଉପରେ ନଜର ରଖି ଗୋପାଳପୁର ଜନକ୍ସନ ଠାରେ କାବୁ କରିଥିଲେ ।କିନ୍ତୁ ଉକ୍ତ ଗାଡ଼ିରେ ଗଞ୍ଜେଇ ଅଛି ଜାଣିବା ବହୁତ କଷ୍ଟକର ।ପରେ ଅଭକାରୀ ଗୁଇନ୍ଦା ବିଭାଗ ଉକ୍ତ କାରର ସିକ୍ରେରେଟ ଚାମ୍ବରରୁ ଏବଂ ଗୋଟିଏ ୫ଫୁଟ ଗ୍ୟାସ ଟାଙ୍କିରୁ ଗଞ୍ଜେଇ ବାହାରିଥିଲା ।ପରେ ବିଭାଗୀୟ କର୍ମଚାରୀମାନେ ଉକ୍ତ କାରର ପାର୍ଟ ଖୋଲା ଖୋଲି କରି ବିଭିନ୍ନ ସିକେରେଟ ଚାମ୍ବରରୁ ମୋଟ ୧୦୦କିଲୋ ଗଞ୍ଜେଇ ସହ ଉକ୍ତ କାରକୁ ଜବତ କରିଥିଲା ।ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗର ଦକ୍ଷିଣାଞ୍ଚଳ ଡେ଼ପୁଟି କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here