ଗଜପତିରେ ୬୧୩ କେଜି ୧୫୦ ଗ୍ରାମ ଗଞ୍ଜେଇ ଜବତ, ପୋଲିସ ହାତରୁ ଚୋରା ବେପାରୀ ଚମ୍ପଟ

0
237

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ବ୍ଲକରେ ପୋଲିସ ପେଟ୍ରୋଲିଂ ସମୟରେ ଗଜପତି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶନାରେ ମୋହନା ପୋଲିସ ୪୦ଲକ୍ଷ ଟଙ୍କାର ଗଞେଇକୁ ଜବତ କରିଥିବା ବେଳେ ଏହି ସଂକ୍ରାନ୍ତରେ ଚୋରା ଚାଲାଣକାରୀ ପୋଲିସ ଆଖିରେ ଧୂଳିମାରି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ମୋହନା ଥାନା ପକ୍ଷରୁ ଗତକାଲି ପେଟ୍ରୋଲିଂ କରୁଥିବା ସମୟରେ ଜରାଉ-ଗୋବିନ୍ଦପୁର ରାସ୍ତାରେ ପୋଲିସକୁ ଦେଖି ଏକ ଭ୍ୟାନ ରାସ୍ତା ମଝିରେ ଅଟକାଇ ଦୈଡି ଚାଲିଯାଇଥିବା ଦେଖା ଦେଇଥିଲା । ଏଥିରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହି ସଂକ୍ରାନ୍ତରେ ଅନୁଧ୍ୟାନ କରିବାରୁp ଏଥିରେ ପ୍ରାୟ ୪୦ଲକ୍ଷ ଟଙ୍କା ଗଞ୍ଜେଇ ଥିବା ଦେଖା ଦେଇଥିଲା । ପୋଲିସ ଗାଡି ସହ ଗଞ୍ଜେଇକୁ ଜବତ କରିଥିଲେ । ଏହି ଗଞ୍ଜେଇର ଓଜନ କରିବାରେ ୬୧୩ କେଜି ୧୫୦ ଗ୍ରାମ ଗଞ୍ଜେଇ ରହିଥିବା ଜଣାପଡିଥିଲା । ଏନେଇ ମୋହନା ଥାନାରେ ୧୬୩/୨୧ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here