ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ର ପ୍ରସ୍ତୁତି ବୈଠକ

0
455

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ଆଗକୁ ଆସୁଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ, ଏବେଠାରୁ ବିଭିନ୍ନ ଦଳ ସଜବାଜ ହେବାକୁ ଲାଗିଲେଣି, କେଉଁ ଦଳ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ବାଜିମାତ କରିବ ସେନେଇଁ ଆରମ୍ଭ ହୋଇଛି ପ୍ରସ୍ତୁତି !
ଏହି ଅବସରରେ ଆଜି ତେନ୍ତୁଳିଖୁଣ୍ଟି ପଂଚାୟତ ବିଜୁ ଜନତା ଦଳ ପକ୍ଷରୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେନ୍ତୁଳିଖୁଣ୍ଟି ପଂଚାୟତ ବିଜୁ ଜନତା ଦଳ ସଭାପତି ନୀଳାମ୍ବର ସିଂ ଙ୍କ ସଭାପତିତ୍ୱ ରେ ଆୟୋଜିତ ପ୍ରସ୍ତୁତି ବୈଠକ ରେ ବରିଷ୍ଠ ବିଜେଡି ନେତା ତଥା ତତ୍କାଳୀନ ସରପଞ୍ଚ ମୃତ୍ୟୁଞ୍ଜୟ ସିଂଉପସ୍ଥିତ ରହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ସମସ୍ତ ବିଜୁ କର୍ମୀ ଏବେଠାରୁ ସଜବାଜ ହୋଇ ଲୋକଙ୍କ ସହ ଜଡିତ ହେବା ସହ ବିଜେଡି ସଂଗଠନ କୁ ସୁଦୃଢ କରିବାକୁ ପଡିବ ବୋଲି କହିଥିଲେ । ଲୋକଙ୍କ ସୁଖ ଦୁଃଖରେ ଛିଡା ହୋଇ ନବୀନ ସରକାର ଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରି ଆଗାମୀ ନିର୍ବାଚନ ରେ ବିଜେଡି କୁ ବିପୁଳ ଭୋଟରେ ଜିତେଇବା ନିମନ୍ତେ ସମସ୍ତ କର୍ମୀ ସଂକଳ୍ପ ନେବା ଆବଶ୍ୟକ ବୋଲି ଟୁନାବାବୁ ଷଡ଼ଙ୍ଗୀ ନିଜ ମତ ରଖିଥିଲେ । ଆଜିର ପ୍ରସ୍ତୁତି ବୈଠକରେ ବିଜେଡିରେ ନୂତନ ଭାବେ ଯୋଗଦାନ କରିଥିବା ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ଶତପଥୀ ଏବଂ ନରେନ୍ଦ୍ର ଯାନୀ ଙ୍କୁ ବିଜେଡି ପକ୍ଷରୁ ଉପଢୌକନ ପ୍ରଦାନ କରି ସମ୍ମାନିତ
କରାଯାଇଥିଲା ।ଜାତି ଧର୍ମ ବର୍ଣ ନିର୍ବିଶେଷରେ ସମସ୍ତଙ୍କୁ ସେବା ଯୋଗେଇବା ଉଦେଶ୍ୟରେ ବିଜୁ କର୍ମୀ ସକାରାତ୍ମକ ଢଙ୍ଗରେ କାର୍ଯ୍ୟ କରିଲେ ଲୋକଙ୍କ ଅସ୍ଥା ଭାଜନ ହୋଇପାରିବେ ବୋଲି ସୁଶାନ୍ତ ଶତପଥୀ ମତ ରଖିଥିଲେ
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜୁ କର୍ମୀଙ୍କ ପକ୍ଷରୁ ସମସ୍ତ ଗ୍ରାମ ପରିଦର୍ଶନ କରି ଅକ୍ଲାନ୍ତ ପରିଶ୍ରମ କରିବା ସମ୍ବନ୍ଧରେ ଆଲୋଚନା ହୋଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତି ସଭ୍ୟ ସୁରେଶ ନାୟକ, ବିଟୁନ ସାହୁ, ଚପଳ ନାୟକ, ରଞ୍ଜନ ସିଂ, କୁମର ପାତ୍ର, କିଶୋର ପୂଜାରୀ, ଶ୍ୟାମଘନ ବିଷୋୟୀ, ଶ୍ରବଣ କୁମାର ବାଘ, ଘାଷି ଯାନୀ କୁମର ଯାନୀ, ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶ୍ରବଣ ବାଘ ଧନ୍ୟବାଦ ଅର୍ପଣ କରିଥିଲେ
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here