କ୍ୟାନ୍ସର ପୀଡ଼ିତ ଶିଶୁଙ୍କୁ ଚିକିତ୍ସା ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି

0
257

ପୋଲସରା: ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୩ ନମ୍ବର ୱାର୍ଡ ଅନ୍ତର୍ଗତ ରାଣୀପଡା ଅଞ୍ଚଳ ମାଳତୀ ପାଟଣା ସାହିର ବଳରାମ ପରିଡାଙ୍କ ପୁଅ ପ୍ରଦ୍ୟୁମ୍ନ ପରିଡା ଛଅ ବର୍ଷ ବୟସରେ ଅଣ୍ଡକୋଷ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହେବା ପରେ ବାପା ଘରଦ୍ୱାର ବିକି ପୁଅକୁ ଚିକିତ୍ସା କରିଥିଲେ ମଧ୍ୟ ପୁଅ ଭଲ ହୋଇ ପାରିନଥିଲେ। ଅର୍ଥାଭାବରୁ ରୋଗଗ୍ରସ୍ତ ପୁଅକୁ ଘରକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲେ। “ବାସଗୃହ ବିକ୍ରି ଚିକିତ୍ସା କଲେ, ହେଲେ ପୁଅ ସୁସ୍ଥ ହେଲାନି” ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହି ଖବର ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଜାଣିବା ପରେ ଅଗଷ୍ଟ ୨୭ ତାରିଖ ଦିନ କ୍ୟାନ୍ସରରେ ପୀଡିତ ପ୍ରଦ୍ୟୁମ୍ନଙ୍କ ପରିବାରକୁ ଭେଟିଥିଲେ। ପରିବାର ଲୋକଙ୍କ ସହ ଆଲୋଚନା କରି ବିଭିନ୍ନ ହସପିଟାଲର କାଗଜ ପତ୍ର ସହ କ୍ୟାନ୍ସର ପୀଡ଼ିତ ପ୍ରଦ୍ୟୁମ୍ନଙ୍କୁ ଦେଖିବା ପରେ ଆଶ୍ୱାସନା ଦେବାସହ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଚିକିତ୍ସା ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମୋଚିରାମ ସାହୁ, ନଗର ବିଜେଡି ସଭାପତି ରଞ୍ଜିତ କୁମାର ସାହୁ, ନଗର ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା, ବ୍ଲକ ବିଜେଡି ସମ୍ପାଦକ ରତ୍ନାକର ସାହୁ, ଛାତ୍ର ବିଜେଡି ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀ, ନଗର ବିଜେଡି ସମ୍ପାଦକ ଅଭିଷେକ ଡାକୁଆ, ନଗର ଯୁବ ବିଜେଡି ସମ୍ପାଦକ ବାବୁଲି ପଟ୍ଟନାୟକ, ପୂର୍ବତନ ବ୍ଲକ ସଭାପତି ଗୋପାଳ କୃଷ୍ଣ ସାହୁ ପ୍ରମୂଖ ବିଧାୟକ ଶ୍ରୀ ସାହୁଙ୍କ ସହ ଉପସ୍ଥିତ ଥିଲେ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here