ଅଫ୍ ଲାଇନ୍ ମାଟ୍ରିକ୍ ପରୀକ୍ଷାରେ କାର୍ତ୍ତିକେଶ୍ୱର ପାଇଲେ A1

0
270

ବେଲଗୁଣ୍ଠା: ଗତକାଲି ପ୍ରକାଶ ପାଇଥିବା ଦଶମ ଶ୍ରେଣୀ ଅଫ୍ ଲାଇନ୍ ପରୀକ୍ଷାରେ ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ର କାର୍ତ୍ତିକେଶ୍ୱର ନାହାକ A 1 ପାଇଛନ୍ତି I ସୂଚନା ଅନୁସାରେ କାର୍ତ୍ତିକେଶ୍ୱର ପୂର୍ବରୁ ପ୍ରକାଶ ପାଇଥିବା ମାଟ୍ରିକ୍ ପରୀକ୍ଷା ଫଳରେ ମୋଟ 600 ରୁ 523 ନମ୍ବର୍ ରଖି A2 ଗ୍ରେଡ୍ ହାସଲ କରିଥିଲେ I କିନ୍ତୁ ନିଜର ପରିଶ୍ରମ ଅନୁଯାୟୀ ତାଙ୍କୁ ବୋର୍ଡ୍ ରୁ ନମ୍ବର୍ ମିଳିନଥିବା ଯୋଗୁଁ ସେ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ I ତେଣୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିବାର ଲୋକଙ୍କ ପରାମର୍ଶ କ୍ରମେ ସେ ଅଫ୍ ଲାଇନ୍ ପରୀକ୍ଷା ଦେବାକୁ ଫର୍ମ୍ ପୂରଣ କରି ପରୀକ୍ଷା ଦେଇଥିଲେ I ବର୍ତ୍ତମାନ ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ସେ ମୋଟ 600 ନମ୍ବର୍ ରୁ 543 ନମ୍ବର୍ ରଖି A1 ସ୍ଥାନ ହାସଲ କରିଛନ୍ତି I ସେ ଏହି ପରୀକ୍ଷାରେ କେବଳ ସାମାଜିକ ବିଜ୍ଞାନ ବିଷୟକୁ ଛାଡି ଦେଇ ଅନ୍ୟ ସମସ୍ତ ବିଷୟରେ ପୂର୍ବ ପରୀକ୍ଷା ଫଳ ଠାରୁ ଅଧିକା ନମ୍ବର୍ ପାଇଛନ୍ତି I କାର୍ତ୍ତିକେଶ୍ୱରଙ୍କ ଏହି ସଫଳତାରେ ତାଙ୍କ ବାପା ଶିବ ଶଙ୍କର ଏବଂ ମାତା ମାମୀ ଖୁସି ପ୍ରକଟ କରିବା ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I ପ୍ରକାଶ ଥାଉକି କାର୍ତ୍ତିକେଶ୍ୱର ଛୋଟ ବେଳୁ ହିଁ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ସେ ଷଷ୍ଠ ଶ୍ରେଣୀରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ଏବଂ ଅଷ୍ଟମ ଶ୍ରେଣୀରେ ଏନ୍ଆରଟିଏସ୍ ପରୀକ୍ଷାରେ ମଧ୍ୟ କୃତୀତ୍ୱ ହାସଲ କରିଛନ୍ତି I ଏହା ସହିତ କାର୍ତ୍ତିକେଶ୍ୱର ବେଦ, ଭଜନ ଏବଂ ସେବା କାର୍ଯ୍ୟରେ ମଧ୍ୟ ନିଜର ପାରଦର୍ଶିତା ଦେଖାଇ ପାରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here