ବାଉଁଶଲୁଣ୍ଡି ବାଇପାସ ନିକଟରୁ ଅଜଣା ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

0
583

ଭଞ୍ଜନଗର(ନିଲୁ ବିଷୋୟୀ) ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶ ଲୁଣ୍ଡି ବାଇପାସ ନିକଟରୁ ଆଜି ଜଣେ ଅଜଣା ବୟସ୍କ ବ୍ୟକ୍ତି ଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ। ସୂଚନା ମୁତାବକ ମୃତ ଦେହ ଟି ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠେଇଛି। କିଛି ଦିନ ହେବ ଉକ୍ତ ବୃଦ୍ଧ ଜଣଙ୍କ ନିକଟସ୍ଥ ଏକ ଦୋକାନରେ କାମ କରି ଚଳୁଥିଲେ। ହେଲେ ଦୀର୍ଘଦିନ ହେବ ତାର ଶରୀର ଭୀଷଣ ଅସୁସ୍ଥ ଥିବାରୁ ସେହି କାରଣରେ ତାର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଖବର ଲେଖା ହେବା ସୁଦ୍ଧା ମୃତକଙ୍କ ସମ୍ପର୍କରେ କୌଣସି ସଠିକ ସୂଚନା ହସ୍ତଗତ ହୋଇପାରିନାହିଁ।

LEAVE A REPLY

Please enter your comment!
Please enter your name here