ପତ୍ନୀ ନିର୍ଯ୍ୟାତନା ଅଭିଯୋଗରେ ସ୍ୱାମୀ ଗିରଫ

0
463

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଜଟିଆଗୁଡା ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିର୍ଯ୍ୟାତନା ଦେବା ଅଭିଯୋଗ ରେ କୋଡ଼ିଙ୍ଗା ପୁଲିସ ସ୍ୱାମୀ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ତାରାଗାଁ ଗ୍ରାମର ବାସନ୍ତୀ କଲାର ଙ୍କୁ ଜଟିଆଗୁଡା ଗ୍ରାମର ଧର୍ମେନ୍ଦ୍ର ଗାଣ୍ଡା ଗତ ୩ ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହର ୫ ମାସ ପରେ ସ୍ବାମୀ ଧର୍ମେଦ୍ର , ଶାଶୁ ଉର୍ମିଳା ଓ ଦିଅର ବବି ପ୍ରମୁଖ ବାସନ୍ତିଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ଓ ବାପା ଘରୁ ବାଇକ , ସୁନା ଓ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ । ବାସନ୍ତି ଏଭଳି ନିର୍ଯ୍ୟାତନା ସହିନପାରି ଗତ ବର୍ଷ ତାରାଗାଁ ନିଜ ବାପା ଘରକୁ ଚାଲିଯାଇଥିଲେ । ଗତ ଏକ ବର୍ଷରୁ ଉଭୟ ପକ୍ଷରୁ ସମାଧାନ ପାଇଁ ବହୁବାର ଉଦ୍ୟମ କରିଥିଲେ ମଧ୍ୟ ସମାଧାନ ର ବାଟ ବାହାରି ନଥିଲା । ଅନ୍ୟ ପଟେ ଧର୍ମେନ୍ଦ୍ର ଦ୍ୱିତୀୟ ବିବାହ କରିଥିଲେ । ପ୍ରଥମ ପତ୍ନୀ ଙ୍କୁ ଛାଡପତ୍ର ନଦେଇ କୌଣସି ସମାଧାନ ନକରି ସ୍ୱାମୀ ଦ୍ୱିତୀୟ ବିବାହ କରିବା ଜାଣି ବାସନ୍ତି କୋଡ଼ିଙ୍ଗା ଥାନାରେ ଅଭିଯୋଗ କରିଥିଲେ । ବାସନ୍ତିଙ୍କ ଏତଲା ଆଧାରରେ କୋଡ଼ିଙ୍ଗା ଥାନାରେ ପୁଲିସ କେସ ନମ୍ବର ୧୧୩/୨୧ ପ୍ରକାରେ ଦଫା 498(A) / 494 / 34 IPC , RW Sec 4 D. P. Act ଭଳି ମାମଲା ରୁଜୁ କରି ସ୍ୱାମୀ ଧର୍ମେନ୍ଦ୍ର ଗାଣ୍ଡା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କୋଡ଼ିଙ୍ଗା ଥାନା ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here