ଝରିଗାଁ ଓ ଚାନ୍ଦା ହାଣ୍ଡି ଘାଟି ରାସ୍ତାରେ ପୋଷ୍ଟର ଲଗାଇଲେ ମାଓବାଦୀ

0
369

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ର ଝରିଗାଁ ଓ ଚନ୍ଦାହାଣ୍ଡି ଯିବା ଘାଟି ରାସ୍ତାରେ ମାଓବାଦୀ ମାଓବାଦୀମାନଙ୍କର ପୋଷ୍ଟର ଲଗାଇ ନିଜର ସ୍ଥିତି ଜାହିର କରିବାର ପ୍ରୟାସ କରିଛନ୍ତି । ଅନୁମାନ କରାଯାଉଛି ଯେ ଗତକାଲି ବିଳମ୍ବିତ ରାତ୍ରିରେ ମାଓବାଦୀମାନେ ସିଂଗାଡି ଘାଟି ନିକଟରେ ଗଛ ଓ ଲୁହା ତାର ପକାଇ ରାସ୍ତା ଅବରୋଧ କରି ଏକ ଲାଲ କପଡ଼ାରେ ଲେଖ୍ ତେଲନଦୀରେ ପ୍ରସ୍ତାବିତ ବିଲେଇଲାଟି ପ୍ରକଳ୍ପକୁ ବିରୋଧ କରି ଏହି ପ୍ରକଳ୍ପ ଯୋଗୁଁ ଝରିଗାଁ , ଉମରକୋଟ ଏବଂ ରାଇଘର ବ୍ଲକର ପ୍ରାୟ ୧୦ ହଜାର ପରିବାର ବିସ୍ଥାପିତ ହୋଇଯିବେ । ତେଣୁ ଏହି ପ୍ରକଳ୍ପକୁ ବିରୋଧ କରିବା ସହିତ ସାଧାରଣ ଲୋକଙ୍କୁ ଏଯାବତ ସ୍ଵାଧୀନତା ମିଳିନଥିବା ବେଳେ ମିଥ୍ୟ ସ୍ଵାଧୀନତା ଦିବସ ପାଳନ କରାଯାଉଛି ବୋଲି ଉଲ୍ଲେଖ କରିଛନ୍ତି । ଏପରିକି ସାଧାରଣ ଜନତା ଏହି ପୋଷ୍ଟରକୁ ନକାଢିବା ପାଇଁ ଏକ ଧଳା କାଗଜରେ | ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଲେଖା ମଧ୍ୟ ରହି ଥିବା ଦେଖୁବାକୁ ମିଳିଥିଲା ମାଓବାଦୀମାନଙ୍କ ରାସ୍ତା ଅବରୋଧ ଯୋଗୁଁ ଦୀର୍ଘ ସମୟ ପର୍ଯ୍ୟନ୍ତଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିଲା । ପରେ ଚନ୍ଦାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଓ ଲେଖା କାଗଜ ଜବତ କରି ରାସ୍ତା ସଫା କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା । ତେବେ ଏହା ମାଓବାଦୀଙ୍କ କାର୍ଯ୍ୟ ନା କେହି ଦୁର୍ବୃତ୍ତ କାର୍ଯ୍ୟ ତାହା ଉପରେ ଚନ୍ଦାହାଣ୍ଡି ପୁଲିସ ତଦନ୍ତକରୁଥିବା ସୂଚନା ମିଳିଛି । | ମାଓବାଦୀଙ୍କ ବ୍ୟାନର ଲଗାଯାଇଥିବା ପ୍ରଚାର ପରେ ସାଧାରଣ ଯାତ୍ରୀ କିଛି ମାତ୍ରାରେ ଭୟଭୀତ ହୋଇପଡ଼ିଛନ୍ତି ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here