ସନ୍ଥ ସମାଜ କୁ ଭେଟିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

0
403

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ଆଜି ଜନ ଆଶୀର୍ବାଦ ଯାତ୍ରା ଅବସରରେ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନବରଙ୍ଗପୁର ପହଞ୍ଚି ଥିଲେ। ରେଳମନ୍ତ୍ରୀ ଙ୍କ ସହ ରାଜ୍ୟ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର,ରାଜ୍ୟ ଉପ ସଭାପତି ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ଜନଜାତି ମୋର୍ଚ୍ଚା ସଭାପତି ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ରାୟଗଡ଼ା ପ୍ରଭାରୀ ଗୋବିନ୍ଦ ଜୈନ, ଜିଲ୍ଲା ସଭାପତି ଜଗଦୀଶ ବିଷୟୀ, ମଧ୍ୟ ଉପସ୍ଥିତ ଥିଲେ। ଇନ୍ଦୀରାବତୀ ନଦୀ ନିକଟରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ ଙ୍କ ସହ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେବା ପରେ ଗୋବିନ୍ଦ ଦାସ ବାବା ଙ୍କ ମହିମା ଆଶ୍ରମ ରେ ଯାଇ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମଅବଧୂତ ସୌଭାଗ୍ୟ ବାବା, ଛତିଶଗଡ ହିନ୍ଦୁ ମହାସଂଘ ପ୍ରଭାରୀ ବ୍ରହ୍ମଅବଧୂତ ବାସୁଦେବ ବାବା, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ଗାୟତ୍ରୀ ପରିବାର ର ଅରୁଣ ପ୍ରସନ୍ନ ନାୟକ, ଏବଂ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ର ପ୍ରମୁଖ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ବରିଷ୍ଠ ନେତା ଗଙ୍ଗାଧର ସାମନ୍ତରାୟ, ଝାଡେଶ୍ବର ଖାଡଙ୍ଗା, ମାନସ ତ୍ରିପାଠୀ, କାହ୍ନୁ ଦାସ, ସୁବ୍ରତ ମିଶ୍ର, ସଞ୍ଜିବ ନନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପଦ୍ମନ ନାୟକ, ପଛୁଆବର୍ଗ ଜିଲ୍ଲା ସଭାପତି ଦୈତାରୀ ମାଝୀ,ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ବୋରିଗାଁ ମଣ୍ଡଳ ସଭାପତି ଭାଷ୍କର ସୁନା,ମୈଦଲପୁର ମଣ୍ଡଳ ସଭାପତି ବାବୁଲି ପାଳ, ମହେଶ ପାତ୍ର, ନରୁ ସିଂ, ଭୀମସେନ ଜେନା, ରମାପତି ବିଷୟୀ, ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଯୋଗଦାନ କରିବା ପରେ, ପାପଡାହାଣ୍ଡି ବ୍ଲକ ର ବିଭିନ୍ନ ସ୍ଥାନରେ ଜନସାଧାରଣ ଙ୍କୁ ସାକ୍ଷାତ କରିଥିଲେ। ଜିଲ୍ଲା ର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ପାପଡାହାଣ୍ଡି ଓ ମୈଦଲପୁର ଗ୍ରାମ ରେ ରେଳମନ୍ତ୍ରୀ ଙ୍କୁ ଭବ୍ୟ ସ୍ଵାଗତ କରିଥିଲେ। ବିଭିନ୍ନ ସ୍ଥାନରେ ଉପସ୍ଥିତ ଥିବା ଜିଲ୍ଲା ପ୍ରମୁଖ ବ୍ୟକ୍ତି ମଧ୍ୟରେ ଶଶୀଧର ମାଝୀ, ହରି ମୋହର ଶର୍ମା,ରତ୍ନ କଲାର, ବନ୍ଧୁ ମାଝୀ, ବିଚିତ୍ର ହରିଜନ, ନରସିଂହ ଭତ୍ରା, ସୁନ୍ଦର ଭତ୍ରା , ଜାନକିକାନ୍ତ ବିଷୟୀ, ପ୍ରଭାତ ସୁନା, ପ୍ରତାପ ବାଘ, ପର୍ଶୁରାମ ବିଷୟୀ, ସନ୍ତୋଷ ପାତ୍ର, ଦେବୀ ପ୍ରସାଦ ମହାପାତ୍ର , ସନ୍ତୋଷ ମହାପାତ୍ର, ପର୍ଶୁରାମ ବିଷୟୀ, ଶିବ ଶଙ୍କର ବିଷୟୀ,ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here