ଗାଁ ଲୋକଙ୍କ ହାତରେ ଛେଚା ଖାଇଲା ମେଣ୍ଢା ଚୋର

0
499

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଜୁନାପାଣି ପଞ୍ଚାୟତ ଗିର୍ଲା ଗ୍ରାମଠାରେ । ଗତରାତିରେ ୪ ଜଣ ଚୋର ପୋଷି ଏକ ଘରୁ ପାଞ୍ଚ ଟି ମେଣ୍ଢା କୁ ଉଠାଇ ନେବା ପାଇଁ ଉଦ୍ୟମ ସମୟରେ ଗାଁ ଲୋକଙ୍କ ହାତରେ ଜଣେ ଚୋର ଧରାପଡିଥିଲା ଓ ତାହାକୁ ଏକ କୋଠରୀ ଭିତରେ ଅଟକ ରଖିଥିଲେ ଗ୍ରାମବାସୀ । ଗ୍ରାମ ବାସୀ ମାନେ ମେଣ୍ଢା ଚୋର କୁ କୈଉଁଠିକାର ଲୋକ ପଚାରିଲେ କିଛି ମଧ୍ୟ କହୁନଥିଲା ଗାଁ ଲୋକଙ୍କ ହାତରେ ଛେଚା ଖାଇଲା ପରେ ସେ ଡାବୁଗାଁ ନିକଟସ୍ତ ମାନିଗାଁ ଗ୍ରାମର ବୋଲି ପ୍ରକାଶ କରିଥିଲା । । ଆଜି ଗ୍ରାମବାସୀ ଧରାପଡିଥିବା ଅଭିଯୁକ୍ତକୁ ଡାବୁଗାଁ ପୋଲିସ ହାତରେ ଜିମା ଦେବେ ବୋଲି ଗାଁ ଲୋକ ଆଲଚନା କରୁଥିବାର ସୂଚନା ମିଳିଛି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here